ETV Bharat / state

କେନାଲ ପାଣି ମାଡିଯାଇ ବ୍ୟାପକ ଫସଲ ନଷ୍ଟ

ଚାଷୀ ମୁଣ୍ଡରେ ଚଡ଼କ । ନଷ୍ଟ ହୋଇଛି 35 ଚାଷୀଙ୍କ ପ୍ରାୟ 100 ଏକର ଚାଷ ଜମି । କେନାଲ ପାଣି ମାଡିଆସିବା ଫଳରେ ଏହି ସବୁ ଜମିରେ ଫସଲ ନଷ୍ଟ ହୋଇଛି । ଆଗକୁ ପଢନ୍ତୁ...

author img

By

Published : Mar 13, 2020, 7:33 AM IST

Updated : Mar 13, 2020, 8:38 AM IST

flooding-of-canals
flooding-of-canals

ଭବାନୀପାଟଣା: କେନାଲ ପାଣି ମାଡିଯିବାରୁ ବ୍ୟାପକ ଫସଲ ନଷ୍ଟ । ଧର୍ମଗଡ ବ୍ଳକ ଅନ୍ତର୍ଗତ ତରଂଜା ଗାଁ ଓ ଆଖପାଖ ଅଞ୍ଚଳରେ ଇନ୍ଦ୍ରାବତୀ କେନାଲ ପାଣି ମାଡି ଯାଇ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।

କେନାଲ ପାଣି ମାଡିଯାଇ ବ୍ୟାପକ ଫସଲ ନଷ୍ଟ

ଏହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଏସବୁ ଅଞ୍ଚଳରେ କେନାଲ ପାଣି ଛଡା ଯିବାର ନିୟମ ନାହିଁ । ତେବେ ଗତକାଲି ହଠାତ ପାଣି ଛଡା ଯିବାରୁ ଚାଷୀ ଫସଲ କରିଥିବା ମୁଗ, ଚଣା, ସମେତ ଟମାଟୋ, ବାଇଗଣ,ତରଭୁଜ ଭଳି ଚାଷ ଜମିରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି ।

ଏହା ଫଳରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି । ଏ ସମ୍ପର୍କରେ କ୍ଷତିଗ୍ରସ୍ତ ଚାଷୀ ମାନେ ତହସିଲଦାରଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି । ତରଂଜା ଗାଁ ର ପ୍ରାୟ ୩୫ ଜଣ ଚାଷୀଙ୍କ ପ୍ରାୟ ୧୦୦ ଏକରରୁ ଅଧିକ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Mar 13, 2020, 8:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.