ETV Bharat / state

ବେଆଇନ ମଦ କାରଖାନାରେ ଅବକାରୀ ଚଢ଼ାଉ, ୩ ଗିରଫ

author img

By

Published : Mar 7, 2021, 4:44 PM IST

କଳାହାଣ୍ଡି ଗୋକୁଳମା ଗାଁରେସ୍ଥିତ ବେଆଇନ ଦେଶୀ ମଦ କାରଖାନାରେ ଅବକାରୀ ବିଭାଗ ଚଢାଉ । ତିନି ଜଣ ଗିରଫ । ଅଧିକ ପଢନ୍ତୁ...

ବେଆଇନ ମଦ କାରଖାନାରେ ଅବକାରୀ ଚଢ଼ାଉ, ୩ ଗିରଫ
ବେଆଇନ ମଦ କାରଖାନାରେ ଅବକାରୀ ଚଢ଼ାଉ, ୩ ଗିରଫ

ଭବାନୀପାଟଣା: ବେଆଇନ ମଦ କାରଖାନାରେ ଅବକାରୀ ବିଭାଗର ଚଢାଉ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୋକୁଳମା ଗାଁସ୍ଥିତ ଦେଶୀ ମଦ କାରଖାନାରେ ଏହି ଚଢାଉ ହୋଇଛି । ଘଟଣାର ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ବେଆଇନ ମଦ କାରଖାନାରେ ଅବକାରୀ ଚଢ଼ାଉ, ୩ ଗିରଫ

ସୂଚନାଯୋଗ୍ୟ, ଗୋକୁଳମା ଗାଁରେ ବେଆଇନ ମଦ ତିଆରି କରାଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏନେଇ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଗୋକୁଳମା ଗାଁରେ ଥିବା ଉକ୍ତ ବେଆଇନ ମଦ କାରଖାନାରେ ଚଢାଉ ହୋଇଥିଲା । ଘଟଣାସ୍ଥଳରୁ 500 ଲିଟରରୁ ଉର୍ଦ୍ଧ୍ବରୁ ଦେଶୀ ମଦ ଏବଂ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି । ଏହାସହ ତିନି ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.