ETV Bharat / state

କଳାହାଣ୍ଡିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ - kalahandi district police

କଳାହାଣ୍ଡି ଜିଲ୍ଲା ଶଗଡ଼ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବଳ-ମାଓବାଦୀ ଗୁଳି ବିନିମୟ । ବିପୁଳ ଗୁଳିଗୋଳା ଓ ଅନ୍ଯାନ୍ଯ ମାଓ ସାମଗ୍ରୀ ଜବତ । ଅଧିକ ପଢନ୍ତୁ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

author img

By

Published : Nov 9, 2021, 10:09 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଶଗଡ଼ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟ ଗୁଳି ବିନିମୟ ହୋଇଛି । ଏଥିରେ କେହି ମାଓବାଦୀ ମୃତାହତର ସୂଚନା ମିଳି ନଥିବାବେଳେ ବିପୁଳ ପରିମାଣର ଗୁଳିଗୋଳା ଓ ଅନ୍ଯାନ୍ଯ ମାଓ ସାମଗ୍ରୀ ଜବତ କରିଛି ସୁରକ୍ଷା ବଳ ।

କଳାହାଣ୍ଡିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

ସୂଚନା ଅନୁଯାୟୀ ଗତ ୬ ତାରିଖରେ ଶଗଡ଼ ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଏକ ବଡ଼ ଯୋଜନା କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ତେବେ ପ୍ରାପ୍ତ ସୂଚନାକୁ ଆଧାର କରି କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସଓଜି ଓ ଡିଭିଏଫ ଯବାନ ୭ ତାରିଖ ସକାଳୁ ଶଗଡ଼ ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଏଥିରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା।

କିଛି ସମୟର ଗୁଳି ବିନିମୟ ପରେ ଛାତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ଘଟଣାସ୍ଥଳରେ ମାଓକ୍ୟାମ୍ପ ଠାବ କରିବା ସହ ବିପୁଳ ପରିମାଣର ଗୁଳିଗୋଳା ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛି ସୁରକ୍ଷା ବାହିନୀ । ଜବତ ସାମଗ୍ରୀ ମଧ୍ୟରେ ୪ଟି ଅଫୁଟା ଗୁଳି, ବନ୍ଧୁକ, ମାଓ ପୁସ୍ତକ ସମେତ ଅନ୍ୟାନ୍ୟ ସାମଗ୍ରୀ ରହିଥିବା ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଶ୍ରବଣ ବିବେକ ।

କଳାହାଣ୍ଡିରୁ ଅଜିତ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.