ETV Bharat / state

ଜେଲରୁ ଚମ୍ପଟ ମାରି ଗାଁରେ ଲୁଚିଥିଲା କଏଦୀ, ବାନ୍ଧିଲା ପୋଲିସ - escaped prisoner arrested in kalahandi

ଗାଁରେ ଲୁଚି ରହିଥିବା ବିଚାରଧିନ କଏଦୀକୁ ଗିରଫ କଲା ପୋଲିସ । ଜେଲ ବାଡ଼ ଡେଇଁ ଚମ୍ପଟ ମାରିଥିବା କଏଦୀକୁ ୬ ଦିନ ପରେ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅଧିକ ପଢ଼ନ୍ତୁ

ଗିରଫ ହେଲା ଜେଲ ରୁ ଚମ୍ପଟ ମାରିଥିବା ବିଚାରଧିନ କଏଦୀ

author img

By

Published : Feb 18, 2023, 11:17 AM IST

ଭବାନୀପାଟଣା: ଗିରଫ ହେଲା ଜେଲରୁ ଚମ୍ପଟ ମାରିଥିବା ବିଚାରଧିନ କଏଦୀ । ଗାଁରେ ଲୁଚି ରହିଥିବା ବିଚାରଧିନ କଏଦୀକୁ ଗିରଫ କଲା ପୋଲିସ । ଜେଲ ବାଡ଼ ଡେଇଁ ଫେରାର ମାରିଥିବା କଏଦୀକୁ ୬ ଦିନ ପରେ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଉପକାରଗାରରୁ ଜଣେ ବିଚାରଧୀନ କଏଦୀ ଚମ୍ପଟ ମାରିଥିବା ଅଭିଯୋଗ ହୋଇଥିଲା । ଫେରାର୍ କଏଦୀ ଜଣକ ନର୍ଲା ଥାନା ରୁପ୍ରା ରୋଡ ଅଞ୍ଚଳର ବିଶ୍ଵାମିତ୍ର ମାଝି ବୋଲି ରାମପୁର ଥାନାରେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା ।

ଗତ ଡିସେମ୍ବର ମାସରେ ନିଜ ପରିବାର ସଦସ୍ୟଙ୍କୁ ବାରମ୍ବାର ଆକ୍ରମଣ ସହ ନିଜ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିବା ନେଇ ନର୍ଲା ଥାନାରେ ଗତ ଡିସେମ୍ବର ମାସରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ବିଶ୍ଵାମିତ୍ର ମାଝିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ନିର୍ଯାତନାରେ ଅତିଷ୍ଠ ହୋଇ ପରିବାର ଲୋକେ ଅଭିଯୁକ୍ତର ଜାମିନ ଆବେଦନ କରିନଥିଲେ । ଫଳରେ ଗତ ଡିସେମ୍ବରରୁ ମାସରୁ ବିଶ୍ଵାମିତ୍ର ମାଝୀ ମଦନପୁର ରାମପୁର ସବ୍‌ଜେଲରେ ବିଚାରଧୀନ କଏଦୀ ଭାବରେ ରହିଥିଲା ।

ତେବେ ଗତ ୧୧ ତାରିଖରେ ଅଭିଯୁକ୍ତ ବିଶ୍ଵାମିତ୍ର ମାଝୀ କୌଶଳ କରି ଜେଲ୍ ବାଡ଼ ଡେଇଁ ଫେରାର ହୋଇଥିଲା । ତେବେ ଗତ ୬ ଦିନ ଧରି ପୋଲିସ ବିଭିନ୍ନ ଚେକ ପୋଷ୍ଟ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଛାନଭିନ କରିବା ସହ ଚଢ଼ାଉ କରିଥିଲା। ଶେଷରେ ଅଭିଯୁକ୍ତ ବିଶ୍ଵାମିତ୍ର ମାଝୀ ରାମପୁର ଥାନା ଅନ୍ତର୍ଗତ ଚିଆପଦର ଗାଁରେ ଜଣେ ବନ୍ଧୁଙ୍କ ଘରେ ଲୁଚି ରହିଥିବା ନେଇ ପୋଲିସ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଏସ୍ପିିଙ୍କ ନିର୍ଦ୍ଦେଶ କ୍ରମେ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହ ଏକ ଟିମ ଗଠନ କରି ଚିଆପଦର ଗାଁରେ ଚଢ଼ାଉ କରିଥିଲା ।

ପୋଲିସର ବିଚାରଧିନ କଏଦୀ ବିଶ୍ଵାମିତ୍ର ମାଝିକୁ ଗିରଫ କରିବା ସହ ନର୍ଲା ଥାନାରେ ରଖି ପଚାରଉଚରା କରୁଥିବା ଜଣାପଡିଛି । ତେବେ ଉପକାରଗାର ଉଚ୍ଚ ବାଡ଼ ଡେଇଁବା ଯଦିଓ ସମ୍ଭବ ନୁହେଁ ତେବେ ଏହି ବାଡ଼କୁ ଦେଇ ଚମ୍ପଟ ମାରିଥିଲା ବିଚାରଧୀନ କଏଦୀ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଜେଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ଘନୀଭୂତ ମଧ୍ୟ ହୋଇଥିଲା ।

ଇଟଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.