ETV Bharat / state

ଫସଲ ନଷ୍ଟ କରିବାକୁ ଆସି ପୋଖରୀରେ ପଡିଲା ଦନ୍ତା, ଚାଲିଛି ଉଦ୍ଧାର କାର୍ଯ୍ୟ - କଳାହାଣ୍ଡି ନ୍ୟୁଜ

ଗାଁକୁ ଫସଲ ନଷ୍ଟ କରିବାକୁ ଆସି ପୋଖରୀରେ ପଡିଲା ଦନ୍ତା ହାତୀ । ରାତିତମାମ ପୋଖରୀ ଭିତରେ ପଶି ରହିଛି ହାତୀ । ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି ବନବିଭାଗ ।

ପୋଖରୀରେ ଫସିଲା ଗଜରାଜ, ଉଦ୍ଧାରକାର୍ଯ୍ୟ ଜାରୀ
ପୋଖରୀରେ ଫସିଲା ଗଜରାଜ, ଉଦ୍ଧାରକାର୍ଯ୍ୟ ଜାରୀ
author img

By

Published : Oct 24, 2022, 10:27 AM IST

ଭବାନୀପାଟଣା: ଗାଁ ଭିତରକୁ ଆସି ପୋଖରୀରେ ଫସିଗଲା ହାତୀ । ରାତିତମାମ ପୋଖରୀରେ ଫସି ରହିଛି ଦନ୍ତା ହାତୀ । ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ବନବିଭାଗ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ରେଞ୍ଜ ଅନ୍ତର୍ଗତ ଖର୍ଡିଆପଡା ଗାଁରେ । ରବିବାର ବିଳମ୍ବିତ ରାତିରେ 10 ଟିକିଆ ହାତୀ ପଲ ଗାଁକୁ ପସି ଆସିଥିବା ବେଳେ ଫେରିବା ବେଳକୁ ପୋଖରୀରେ ପଡି ଯାଇଥିଲା ହାତୀଟି ।

ପୋଖରୀରେ ଫସିଲା ଗଜରାଜ, ଉଦ୍ଧାରକାର୍ଯ୍ୟ ଜାରୀ

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ରେଞ୍ଜ ଅନ୍ତର୍ଗତ ଦାରକାପାଞ୍ଚ ଜଙ୍ଗଲରୁ ଏକ ୧୦ ଟିକିଆ ହାତୀ ପଲ ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲ ନିକଟରେ ଥିଲେ । ଏନେଇ ଖର୍ଡିଆ ପଡା ଗାଁକୁ ପଶି ଆସିଥିବା ବେଳେ ଅନେକ ଫସଲ ନଷ୍ଟ କରି ଫେରି ଯାଉଥିବା ବେଳେ ଗୋଟିଏ ଗଜରାଜ ଗାଁ ଶେଷ ମୁଣ୍ଡରେ ଥିବା ନିର୍ମାଣଧିନ ପୋଖରୀ ଗାତରେ ପଡି ଯାଇଥିଲା । ପୋଖରୀରେ ପାଣି ଥିବା ଯୋଗୁଁ ଗଜରାଜ ବାହାରକୁ ବାହାରି ପାରିନଥିଲା । ସକାଳୁ ଗାଁ ଲୋକେ ପୋଖରୀକୁ ଯାଇ ଦେଖିଲା ବେଳକୁ ଦନ୍ତାହାତୀ ପୋଖରୀରେ ପଡିଥିବା ବେଳେ ଗ୍ରାମବାସୀ ଏନେଇ ବନ ବିଭାଗକୁ ଜଣାଇଥିଲେ । ସେପଟେ ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।

ତେବେ ହାତୀ ଉପଦ୍ରବକୁ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ରେଞ୍ଜ୍ ଅନ୍ତର୍ଗତ ବେଡେଗାଁ, ଟାମକୁରୁଞ୍ଜା, ସୁଖପଦର, ଖିଲାପଦର, ମହିଷିପିଟା, ସୁଲିମ,କାଶୀଗୁଡା ଏମିତି ଅନେକ ଉପାନ୍ତ ଗାଁକୁ ରାତିରେ ହାତୀପଲ ଆସି ଉପଦ୍ରବ କରୁଛନ୍ତି । ହାତୀପଲ ଏହି ଅଞ୍ଚଳର ଅନେକ ଗୁଡିଏ ଘର ଦ୍ବାର ଭାଙ୍ଗିବା ସହିତ ଫସଲ ନଷ୍ଟ କରୁଥିବା ସହ ମାସ ମାସ ଧରି ବସାବାନ୍ଧି ରହୁଥିବା ଅଭିଯୋଗ ହୋଇଛି । ଏନେଇ ଟାମକୁରୁଞ୍ଜା ଗାଁକୁ ନିକଟସ୍ଥ ଜଙ୍ଗଲରୁ ୨୦ ଟିକିଆ ହାତୀ ପଲ ଆସି ୪ଟି ଘର ଭାଙ୍ଗିବା ସହ ଚାଷ ଜମିରେ ପଶି ଦଳି ଚକଟି ଅନେକ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଥିଲା । ସେହିଭଳି କାଶୀଗୁଡ଼ା ଓ ସୋରଦେହେଡ଼ା ଗାଁରେ ମଧ୍ୟ ବିଳମ୍ବିତ ରାତିରେ ହାତୀପଲ ପଶି ଗାଁ ମୁଣ୍ଡରେ ଥିବା 4ଟି ଘର ଭାଙ୍ଗିବା ସହ ଧାନ, ମାଣ୍ଡିଆ, ମକା ସମେତ ଡାଲି ଜାତୀୟ ଫସଲ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.