ଭବାନୀପାଟଣା: ପୁଣି ମୁଣ୍ଡ ଟେକିଲା ଅଣ୍ଡା ମାଡ ରାଜନୀତି । କଳହାଣ୍ଡି ଗସ୍ତ ସମୟରେ ଆସିଥିବା 2 ଶାସକ ଦଳ ନେତାଙ୍କୁ ଅଣ୍ଡା ମାଡ ।
ସୂଚନା ଅନୁଯାୟୀ ଆଜି(ଶୁକ୍ରବାର) କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ଉଳିକୁପା ଗାଁରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ଗାଡିକୁ ଅଣ୍ଡା ମାଡ କରାଯାଇଛି ।
କଂଗ୍ରେସ କର୍ମୀ ଅଣ୍ଡା ମାଡ କରିଥିବା ଜଣାପଡିଛି । ତେବେ କେଉଁ କାରଣରୁ ଅଣ୍ଡା ମାଡ କରାଯାଇଛି ସେନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା କାଣ୍ଡ ମାମଲାକୁ ନେଇ ଅଣ୍ଡା ମାଡ କରାଯାଇଥିବା ଅନୁମାନ କରାଯାଉଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ