ETV Bharat / state

କଟକଣାରେ ସରିଲା ପ୍ରଭୁ ବୁଢାରଜାଙ୍କ ଦଶହରା - ବୁଢାରଜା ପୀଠ

ସରିଲା କଳାହାଣ୍ଡି-ନବରଙ୍ଗପୁର ସୀମାସ୍ଥିତ ଆମପାଣି ଘାଟି ତଳେ ଥିବା ପ୍ରଭୁ ବୁଢାରଜାଙ୍କ ଦଶହରା । କଟକଣା ମଧ୍ୟରେ କେବଳ ରୀତିନୀତି ଅନୁଯାୟୀ ହେଲା ଦଶହରା ପାଳନ । ଅଧିକ ପଢନ୍ତୁ...

କୋଭିଡ କଟକଣା ମଧ୍ୟରେ ଶେଷ ହେଲା ଆମପାଣି ବୁଢ଼ାରଜା ଦଶହରା।

author img

By

Published : Oct 24, 2021, 2:51 PM IST

ଭବାନୀପାଟଣା: ସରିଲା ପ୍ରଭୁ ବୁଢାରଜାଙ୍କ ପୀଠରେ ଦଶହରା । କଳାହାଣ୍ଡି ଜିଲ୍ଲାର ଶେଷ ଦଶହରା ଭାବେ ପାଳନ ହେଉଥିବା କୋକସରା ବ୍ଲକ ଆମପାଣି ଠାରେ ପ୍ରଭୁ ବୁଢ଼ାରଜାଙ୍କ ବାର୍ଷିକ ଦଶହରା କୋଭିଡ କଟକଣା ମଧ୍ୟରେ ପାଳନ ହୋଇଛି । ପରମ୍ପରା ବଜାୟ ରଖିବାକୁ ସମସ୍ତ ରୀତିନୀତି ଅନୁଯାୟୀ ଦଶହରା ପାଳନ କରାଯାଇଥିବାବେଳେ ଅନ୍ୟ ବର୍ଷଗୁଡିକ ପରି ଏଠାରେ ଲୋକଙ୍କ ସମାଗମ ହୋଇନଥିବା ଦେଖାଯାଇଛି ।

କଟକଣା ମଧ୍ୟରେ ସରିଲା ପ୍ରଭୁ ବୁଢାରଜାଙ୍କ ଦଶହରା

କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ତଳେ କେଉଁ ଆବାହନମାନ କାଳରୁ ପୂଜା ପାଇଆସୁଛନ୍ତି ଆଦିବାସୀ ଜନଜାତିଙ୍କ ଆରାଧ୍ୟ ଦେବତା ବୁଢ଼ାରଜା । ଏହିଠାରେ ପ୍ରତିବର୍ଷ ଧୂମଧାମରେ ଦଶହରା ପର୍ବ ପାଳନ କରାଯାଇଥାଏ । ବିଗତ ବର୍ଷରେ ଏହି ଦଶହରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାବେଳେ ଦୁଇ ବର୍ଷ ହେବ କୋଭିଡ କଟକଣା ମଧ୍ୟରେ ଏଠାରେ ପର୍ବ ପାଳନ କରାଯାଉଛି । କେବଳ ବିଧିରକ୍ଷା ପାଇଁ ବିନା ଭକ୍ତରେ ବୁଢାରଜାଙ୍କ ଦଶହରା ଅନୁଷ୍ଠିତ ହୋଇଯାଇଛି ।

ଚଳିତ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ସକାଳ ୬ଟାରୁ ରବିବାର ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ପୀଠରେ ୧୪୪ ଧାରା ଜାରି କରାଯାଇଥିଲା । ପ୍ରଶାସନର କଟକଣା ଭିତରେ ଦିନ ୧ ଟା ସମୟରେ ଗ୍ରାମ ପୂଜକଙ୍କ ଘରୁ ଲାଠିଯାତ୍ରା ବାହିରି ସହର ପରିକ୍ରମା କରି ମୁଖ୍ୟ ମନ୍ଦିର ପହଞ୍ଚି ଥିଲା । ଏହାପରେ ପରେ ବିଧି ମୁତାବକ ପୂଜାର୍ଚ୍ଚନା ହୋଇଛି । ମାତ୍ର ବୁଢ଼ାରଜାଙ୍କ ଦର୍ଶନ ନ ପାଇ ନିରାଶ ହୋଇଛନ୍ତି ଭକ୍ତ ଏବଂ ନିସ୍ତବ୍ଧ ରହିଛି ବୁଢ଼ା ରଜାମଞ୍ଚ । ଧର୍ମଗଡ଼ ପୋଲିସ ଉପଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ ଏହିଠାରେ ବ୍ୟାକସ ପୋଲିସ ମୁତୟନ ହୋଇଥିବା ବେଳେ କୋକସରା ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ବରେ ରହି ଆଇନଶୃଙ୍ଖଳା ସ୍ଥିତି ଉପରେ କଡା ନଜର ରଖିଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.