ETV Bharat / state

ନିଜ ଗାଡି ଚକ ତଳେ ଚାପି ହୋଇ ଡ୍ରାଇଭର ମୃତ

ଲାଞ୍ଜିଗଡ଼ ବେଦାନ୍ତରୁ ଭାବନୀପାଟଣା ଦେଇ ଝାରସୁଗୁଡାକୁ ଯାଉଥିଲା ଏକ ବେଦାନ୍ତ ଟେଙ୍କର । ତେବେ ବାଟରେ ଟେଙ୍କରରେ କୌଣସି ସମସ୍ୟା ଦେଖା ଦେଇଥିବାରୁ ଟେଙ୍କର ତଳକୁ ଯାଇ ସଜାଡୁଥିବାବେଳେ ଡ୍ରାଇଭର ଉପରକୁ ଟେଙ୍କରଟି ଚଢି ଯାଇଥିଲା । ଅଧିକ ପଢନ୍ତୁ

author img

By

Published : Sep 11, 2022, 10:39 PM IST

Updated : Sep 11, 2022, 10:48 PM IST

ଗାଡି ଚକ ତଳେ ଚାପି ହୋଇ ଡ୍ରାଇଭର ମୃତ
ଗାଡି ଚକ ତଳେ ଚାପି ହୋଇ ଡ୍ରାଇଭର ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ନିଜ ଗାଡି ଚକାତଳେ ଆସି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଭଳି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ବେଦାନ୍ତରୁ ଭାବନୀପାଟଣା ଦେଇ ଝାରସୁଗୁଡାକୁ ଯାଉଥିଲା ଏକ ବେଦାନ୍ତ ଟ୍ୟାଙ୍କର । ଏହି ଟେଙ୍କରଟି ଭବାନୀପାଟଣା ସହରର ପ୍ରବେଶ ପଥରେ ଯାଉଥିବା ସମୟରେ ଆଇଟିଆଇ ଛକ ନିକଟରେ ଟ୍ୟାଙ୍କରରେ କୌଣସି ସମସ୍ୟା ଦେଖା ଦେଇଥିଲା । ଏନେଇ ଡ୍ରାଇଭର ଜଣକ ଗାଡିକୁ ରାସ୍ତା ଉପରେ ଛିଡା କରି ଗାଡିକୁ ଷ୍ଟାର୍ଟରେ ଥିବା ସମୟରେ ଟେଙ୍କର ତଳକୁ ଯାଇ ସଜାଡ଼ିବାକୁ ଲାଗିଥିଲେ ।

ତେବେ ଏହି ସମୟରେ କୌଣସି କାରଣ ବଶତଃ ଟେଙ୍କରଟି ଆଗକୁ ଗଡ଼ିବାକୁ ଲାଗିଥିଲା । ଫଳରେ ଟ୍ୟାଙ୍କର ତଳେ ଶୋଇ କାମ କରୁଥିବା ଡ୍ରାଇଭର ଉପରକୁ ଟେଙ୍କରଟି ଚଢି ଯାଇଥିଲା । ଏନେଇ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି । ତେବେ ଅନ୍ୟପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବାବେଳେ, ବର୍ତ୍ତମାନ ସୁଦ୍ଧା ମୃତ ଡ୍ରାଇଭରଙ୍କ ପରିଚୟ ମିଳି ପାରିନଥିବା ଜଣାପଡିଛି । ସେପଟେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ପୋଲିସ ସୂଚନା ଦେଇଛି ।

ସୂଚନା ଥାଉକି, ଗତ କିଛି ଦିନ ପୁର୍ବେ କଳାହାଣ୍ଡି ଜିଲ୍ଲାର ଥୁଆମୁଲ ରାମପୁର ଥାନା ଅନ୍ତର୍ଗତ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଥିବା ଦୁର୍ଖାଲ ଗାଁର ପୀତବାସ ନାଏକ ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକେ ପୀତବାସଙ୍କ ଫେରିବା ବିଳମ୍ବ ହେବାରୁ ଅନେକ ଖୋଜାଖୋଜି ପରେ କୌଣସି ସନ୍ଧାନ ନପାଇବାରୁ ଏନେଇ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।ତେବେ ଏନେଇ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ପୀତବାସ ନାଏକଙ୍କ ମୃତଦେହ ଭାସୁଥିବା ଦେଖି ଲୋକେ ପୀତବାସଙ୍କ ପରିବାର ଓ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ଓଡ୍ରାଫ ଟିମ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ଓ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା ।

ଇଟିଭି ଭାରତ, କଳାହାଣ୍ଡି

Last Updated : Sep 11, 2022, 10:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.