ETV Bharat / state

ଉପାନ୍ତରେ ସରକାରୀ ଯୋଜନା ଫେଲ୍, ପାଣି ପାଇଁ ଡହଳବିକଳ ଲୋକେ - water crisis in tribal village

କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର ଅନେକ ଗାଁରେ ଜଲ ସଙ୍କଟ ଦେଖା ଦେଇଛି । ଦୂଷିତ ଜଳ ପିଇବା ଦ୍ବାରା ନାନା ରୋଗର ଶିକାର ହେଉଛନ୍ତି ଲୋକେ । ଅଧିକ ପଢନ୍ତୁ

ପାଣି ପାଇଁ ଡହଳବିକଳ ଲୋକେ
ପାଣି ପାଇଁ ଡହଳବିକଳ ଲୋକେ
author img

By

Published : Jun 8, 2023, 8:00 PM IST

ପାଣି ପାଇଁ ଡହଳବିକଳ ଲୋକେ

ଭବାନୀପାଟଣା: ଉପାନ୍ତ ଅଞ୍ଚଳରେ ଜଳ ସଙ୍କଟ ଲାଗି ରହିଛି । ଘରେଘରେ ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କ ମାଳମାଳ ଯୋଜନା ଥିବାବେଳେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । କଳାହାଣ୍ଡି ଜିଲ୍ଲାର ଥୁଆମୂଲ ରାମପୁର ବ୍ଲକରେ ସରକାରୀ ଯୋଜନା ଅପହଞ୍ଚ । ସ୍ୱଚ୍ଛ ପାନୀୟ ଜଳ ଉପାନ୍ତ ଇଲାକାର ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଖରାଦିନ ଆସିଲେ ବ୍ଲକର ଅନେକ ଅଞ୍ଚଳରେ ଦେଖା ଦିଏ ଜଳ କଷ୍ଟ । ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । କେବଳ ଖରା ଦିନ କଥା ମୁହେଁ ବରଂ ବର୍ଷ ତମାମ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଉପାନ୍ତ ଅଞ୍ଚଳବାସୀ ।

କଳାହାଣ୍ଡି ଜିଲ୍ଲାର ସବୁଠୁ ପଛୁଆ ଓ ଅପହଞ୍ଚ ଇଲାକା ଭାବରେ ପରିଚିତ ଥୁଆମୂଳ ରାମପୁର ବ୍ଲକ ୨୪ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଳକ ଏକ ଆଦିବାସୀ ବହୁଳ ଇଲାକା ହୋଇଥିବାବେଳେ ଆଜିବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଲୋକେ । ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଏହି ବ୍ଲକର ପ୍ରତ୍ୟେକ ଗାଁଙ୍କୁ ପହଞ୍ଚି ପାରିନି ସରକାରଙ୍କ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ । ଏପର୍ଯ୍ୟନ୍ତ ଲୋକେ ନାଳ ପାଣିରେ ହିଁ ଭରସା କରନ୍ତି । ପାଣି ପାଇଁ ସକାଳୁସକାଳୁ ମହିଳାଙ୍କ ଏଭଳି ଲମ୍ବା ଲାଇନ ଦେଖିବାକୁ ମିଳେ ।

ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଏକ ପଥର କଡ଼ରରୁ ବାହାରୁଥିବା ଦୂଷିତ ପାଣିକୁ ସଂଗ୍ରହ କରି ନିଜର ଦୈନନ୍ଦନ କାର୍ଯ୍ୟରେ ବ୍ୟବହାର କରନ୍ତି ଲୋକେ । ତେବେ ଏହି ଗୋଟିଏ ଗାଁ ନୁହେଁ,ଏମିତି ଅନେକ ଗାଁରେ ସେହି ସମାନ ଅବସ୍ଥା । ବିରିକୋଟ ଗାଁରେ ଥିବା ଏକ ନାଳରୁ ଦୂଷିତ ପାଣି ସଂଗ୍ରହ କରିବା ପାଇଁ ମହିଳାଙ୍କୁ ଲମ୍ବା ଲାଇନ ଲଗାଇ ସଂଘର୍ଷ କରିବାକୁ ପଡ଼ିଥାଏ । ତେବେ ଖରା ହେଉ କି ବର୍ଷା, ରାତି ପାହିଲେ ପ୍ରଥମେ ପାନୀୟ ଜଳ ପାଇଁ ଚିନ୍ତା କରିବାକୁ ପଡ଼େ । ଏଣୁ ପାନୀୟ ଜଳ ଅଭାବରୁ ଗୋଳିଆ ଚୁଆ ପାଣି ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଗ୍ରାମବାସୀ ।

ସେହିପରି ଯଦି ସକାଳୁ କେହି ଯାଇ ନାଳ କିମ୍ବା ଚୂଆ ନିକଟରେ ପହଞ୍ଚିଲେ କିଛି ମାତ୍ରାରେ ପରିଷ୍କାର ପାଣି ପାଇଥାଏ । କିନ୍ତୁ ନାଳ କିମ୍ବା ଚୂଆ ନିକଟରେ ମହିଳାମାନଙ୍କ ଭିଡ଼ ହେବା ପରେ ଚୂଆରୁ ପାଣି କାଢ଼ିବା ସମୟରେ ପାଣି ଗୋଳିଆ ତଥା ଦୂଷିତ ହୋଇଯାଏ । ଯାହା ଫଳରେ ମହିଳାଙ୍କ ମଧ୍ଯରେ ଝଗଡ଼ା ହେବାର ନଜରକୁ ଆସେ । ଶେଷରେ ସେହି ଦୂଷିତ ପାଣିକୁ ଘରକୁ ନେଇ ରୋଷେଇ ବାସ କରିବା ସହ ପିଇବାକୁ ମଧ୍ୟ ପଡ଼ିଥାଏ ।

ଦୂଷିତ ଜଳ ପିଇବା ଦ୍ବାରା ବିଭିନ୍ନ ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ଚିରାଚରିତ ଢଙ୍ଗରେ ଉତ୍ତର ଦେଇଛନ୍ତି। ପ୍ରତ୍ୟେକ ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ନୂଆ ପଦକ୍ଷେପ ନିଆଯାଉଥିବା କହିଛନ୍ତି ବିଡିଓ। ତେବେ ବିକାଶର ନକ୍ସାରେ ସତେ ଯେମିତି ହଜି ଯାଇଛି ଏହି ଆଦିବାସୀ ବହୁଳ ଇଲାକା । ଉପାନ୍ତ ଅଞ୍ଚଳର ବିକାଶ ପାଇଁ ସରକାର ଯଥାଶୀଘ୍ର ପଦକ୍ଷେପ ନେବା ସହ ସ୍ଥାୟୀ ପ୍ରତିକାର ପାଇଁ ଦାବି କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.