ETV Bharat / state

ବୋହୂକୁ ପେଟ୍ରୋଲ ଢାଳି ମାରିବା ଅଭିଯୋଗରେ ସ୍ବାମୀ-ଶ୍ବଶୁର ଗିରଫ

କଳାହାଣ୍ଡି ଜିଲ୍ଲାରେ ବୋହୁକୁ ପେଟ୍ରୋଲ ଢାଳି ମାରିବା ଅଭିଯୋଗରେ ସ୍ବାମୀ,ଶ୍ବଶୁର ଓ ବଡ ଶ୍ବଶୁର ଗିରଫ । ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି କଳାହାଣ୍ଡି ଜିଲ୍ଲା କେଗାଁ ପୋଲିସ । ଅଧିକ ପଢନ୍ତୁ...

domestic violance husband and father in law arrested in kalahandi
ବୋହୂକୁ ପେଟ୍ରୋଲ ଢାଳି ମାରିବା ଅଭିଯୋଗରେ ସ୍ବାମୀ,ଶ୍ବଶୁର ଓ ବଡ ଶ୍ବଶୁର ଗରିଫ
author img

By

Published : Mar 14, 2021, 6:33 PM IST

ଭବାନୀପାଟଣା: ବୋହୁକୁ ପେଟ୍ରୋଲ ଢାଳି ମାରିବା ଅଭିଯୋଗରେ ସ୍ବାମୀ,ଶ୍ବଶୁର ଓ ବଡ ଶ୍ବଶୁର ଗରିଫ । ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି କଳାହାଣ୍ଡି ଜିଲ୍ଲା କେଗାଁ ପୋଲିସ ।

ବୋହୂକୁ ପେଟ୍ରୋଲ ଢାଳି ମାରିବା ଅଭିଯୋଗରେ ସ୍ବାମୀ,ଶ୍ବଶୁର ଓ ବଡ ଶ୍ବଶୁର ଗରିଫ

ସୂଚନାଅନୁଯାୟୀ ଗତ ୫ ତାରିଖ ଦିନ ଅପରାହ୍ନ ସମୟରେ କଳାହାଣ୍ଡି ଜିଲ୍ଲା କେଗାଁ ଥାନା କନକପୁର ଗାଁର ଏକ ଜଙ୍ଗଲ ନିକଟରେ ଜଣେ ବିବାହିତ ମହିଳା ଅର୍ଦ୍ଧଦଗ୍ଧ ମୃତଦେହ ପୋଲିସ ଉଦ୍ଧାର କରିଥିଲା । ଉକ୍ତ ମୃତ ମହିଳା ଜଣକ କନକପୁର ଗାଁର ଶ୍ୟାମସୁନ୍ଦର ନାଏକଙ୍କ ସ୍ତ୍ରୀ ପ୍ରିୟଙ୍କା ନାଏକ ବୋଲି ଜଣାପଡିଥିଲା । ଅପରପକ୍ଷରେ ମୃତ ମହିଳାଙ୍କ ବାପା ମଙ୍ଗନିଆ ରଣା ପ୍ରିୟଙ୍କାକୁ ତାଙ୍କ ଶ୍ବଶୁର ଘର ଲୋକେ ପେଟ୍ରୋଲ ଢାଳି ମାରି ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଛାନଭିନ ଆରମ୍ଭ କରିଥିଲା କେଗାଁ ଥାନା ପୋଲିସ ।

ଆଜି କେଗାଁ ପୋଲିସ ମୃତ ମହିଳାଙ୍କ ସ୍ବାମୀ ଶ୍ୟାମ ସୁନ୍ଦର ନାଏକ, ଶ୍ବଶୁର ବାସୁଦେବ ନାଏକ ଓ ବଡ ଶ୍ବଶୁର ରାଜିବ ନାଏକଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ଦଫା ୪୯୮(ଏ)/୩୦୨/୩୦୪(ବି)/୨୦୧/୩୪ ଆଇପିସି ଆରଡବ୍ଲ୍ୟୁ ସେକ୍ସନ ୪ ଡିପି ଆକ୍ଟରେ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଥିବା ପୋଲିସ ପ୍ରକାଶ କରିଛି । ସୂଚନା ଅନୁଯାୟୀ ମୃତ ମହିଳାଙ୍କ ବାପା ଘର ଧର୍ମଗଡ ଥାନା ବିକ୍ରମଗୁଡା । ଗତ ୬ ବର୍ଷ ତଳେ ତାଙ୍କ ବାହାଘର ହୋଇଥିବା ବେଳେ ତାଙ୍କର ୫ ବର୍ଷର ଦୁଇ ଜାଆଁଳା ପୁଅ ଅଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.