ETV Bharat / state

ଚାଲିଥିଲା ବାଲ୍ୟ ବିବାହ, ହାତିଗଣ୍ଠି ପଡିବା ପୂର୍ବରୁ ଭଣ୍ଡୁର କରିଦେଲା ପୋଲିସ

author img

By

Published : Jun 23, 2022, 12:52 PM IST

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ନାବାଳିକା ବିବାହ ଚାଲିଥିବା ସମୟରେ ଟାଉନ ପୋଲିସ ବୁଝାସୁଝା କରି ବିବାହକୁ ବନ୍ଦ କରିବାରେ ସଫଳ ହୋଇଛି । ଅଧିକ ପଢନ୍ତୁ

district administration prevent child marriage in kalahandi
ବାଲ୍ୟବିବାହ ବେଳେ ଜିଲ୍ଲା ପ୍ରଶାସନର ଚଢ଼ାଉ

ଭବାନୀପାଟଣା: ଚାଲିଥିବା ନାବାଳିକା ବିବାହର ପ୍ରସ୍ତୁତି । କିଛି ସମୟ ପରେ ପଡିଥାନ୍ତା ହାତଗଣ୍ଠି । ହେଲେ ଶେଷ ମୂହୂର୍ତ୍ତରେ ସବୁ ଓଲଟପାଲଟ କରିଦେଲା ପୋଲିସ । ନାବାଳିକା ବିବାହ ପୂର୍ବରୁ ଏହାକୁ ବନ୍ଦ କରିଛି ପୋଲିସ । ଏଭଳି ଘଟଣା ଘଟିଛି ଭବାନୀପାଟଣା ସହରରେ । ଜଣେ ନାବାଳିକା ବିବାହ କରୁଥିବା ସମୟରେ ଟାଉନ ପୋଲିସ ବୁଝାସୁଝା କରି ବିବାହକୁ ବନ୍ଦ କରିବାରେ ସଫଳ ହୋଇଛି ।

ବାଲ୍ୟବିବାହ ବେଳେ ଜିଲ୍ଲା ପ୍ରଶାସନର ଚଢ଼ାଉ
ସୂଚନାଅନୁଯାୟୀ, ଭବାନୀପାଟଣା ସହରର ସୀତାବର୍ଡି ପଡ଼ାରେ ଜଣେ ନାବାଳିକାକୁ ପରିବାର ଲୋକେ ବିବାହ କରାଇବା ପାଇଁ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ଅପେକ୍ଷା ଥିଲା ବର ଆସିବ ଓ ବାହାଘର ହେବ। ବନ୍ଧୁବାନ୍ଧବ ଠାରୁ ଆରମ୍ଭ କରି ସାହି ପଡୋଶୀ ସମସ୍ତେ ଭୋଜି ଭାତରେ ମସଗୁଲ । ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟାଉନଥାନା ପୋଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ାଉ କରିବା ସହିତ ପରିବାର ସହ ଆଲୋଚନା କରି ବିବାହ କାର୍ଯ୍ୟକୁ ବନ୍ଦ କରାଯାଇଥିଲା । ତେବେ ନାବାଳିକାକୁ ଉଦ୍ଧାର କରିଛି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.