ETV Bharat / state

ଦଲାଲ ଚାପରେ ମହୁଲ ଗୋଟାଳି ଅଣନିଶ୍ବାସୀ, ମିଳୁନି ପାରିଶ୍ରମିକ

ମହୁଲ ଫୁଲ କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଲୋକଙ୍କ ପାଇଁ ଜୀବନଜୀବିକାର ସାହାରା ପାଲଟିଛି । ହେଲେ ଜୀବନଜୀବିକା ଉପରେ ପଡିଛି ଦଲାଲଙ୍କ ଲୋଲୁପ ଦୃଷ୍ଟି । ଫଳରେ ମହୁଲ ସଂଗ୍ରହକାରୀ ଉଚିତ୍ ମୂଲ୍ୟ ପାଉ ନଥିବା ଅଭିଯୋଗ ହୋଇଛି ।

author img

By

Published : Apr 20, 2019, 2:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ମହୁଲ ଫୁଲ, କେବଳ ଫୁଲ ନୁହେଁ ବଞ୍ଚିବାର ସାହାରା । ଏହି ଫୁଲ ସାଜିଛି କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତଙ୍କର ଜୀବନଜୀବିକାର ପନ୍ଥା । ରାତି ପାହିଲେ ଗୋଟିଏ ଚିନ୍ତା ଜଙ୍ଗଲ ଯିବେ, ମହୁଲ ଫୁଲ ସଂଗ୍ରହ କରିବେ । ଆଉ ଫୁଲକୁ ବଜାରରେ ବିକ୍ରି କରି ପାଇବେ ଦୁଇ ପଇସା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ପାହାଡ ଜଙ୍ଗଲ ଘେରା କଳାହାଣ୍ଡି ଜିଲ୍ଲା । ଯେଉଁଠି ଅଧିକାଂଶ ଲୋକେ ଆଦିବାସୀ ଶ୍ରେଣୀୟ । ଆଉ ସେମାନଙ୍କ ମୁଖ୍ୟ ବେଉସା ସାଜିଛି ମହୁଲ ଫୁଲ ସଂଗ୍ରହ । ଦିନ ରାତି ଲାଗି ପଡି ଯାହା ମହୁଲ ଗୋଟାନ୍ତି, ତାକୁ ବିକ୍ରି କରି ପେଟ ପୋଷନ୍ତି । ମାତ୍ର ଶିକ୍ଷା ଠାରୁ ଅନେକ ଦୂରରେ ଥିବା ଏହି ସରଳ ଆଦିବାସୀ ଜାଣି ନାହାନ୍ତି ମହୁଲ ଫୁଲର ଉଚିତ୍ ମୂଲ୍ୟ । ଯାହାର ଭରପୂର ଫାଇଦା ଦଲାଲ ଉଠାଉଥିବା ଅଭିଯୋଗ ହୋଇଛି ।

ତେବେ ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ପରି ମହୁଲ ଫୁଲ କ୍ରୟ କରିବା ପାଇଁ ଗତ ୨୦୦୨ ରେ ଗ୍ରାମ୍ୟ ପଞ୍ଚାୟତକୁ ଦର ଧାର୍ଯ୍ୟ ପାଇଁ କ୍ଷମତା ପ୍ରଦାନ କରାଯାଇଛି । ଆଉ ଲାଇସେନ୍‍ସ ପ୍ରାପ୍ତ ବ୍ୟକ୍ତି ଅନ୍ୟ ପଞ୍ଚାୟତରୁ ମହୁଲ କ୍ରୟ କରିବାର ଅଧିକାର ସାବ୍ୟସ୍ତ କରାଯାଇଛି ।

ହେଲେ ସରକାରଙ୍କ ନିୟମ ସମ୍ପର୍କରେ ଏମାନେ ଜାଣି ନଥିବାରୁ ଦଲାଲଙ୍କୁ କମ୍‌ ମୂଲ୍ୟରେ ମହୁଲ ବିକ୍ରି କରିଥାନ୍ତି । ଆଉ ଦଲାଲମାନେ ବଜାରରେ ଏହାକୁ ଚଢା ଦରରେ ବିକ୍ରି କରି ମାଲାମାଲ ହେଉଛନ୍ତି । ଏ ନେଇ ଜିଲ୍ଲାପାଳଙ୍କୁ ପଚରାଯିବାରୁ କୌଣସି ଅଭିଯୋଗ ଆସିନି । ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.