ଭବାନୀପାଟଣା: ରାଜ୍ୟରେ ଥମୁନି ମମିତା ମେହେର ମର୍ଡର ତାତି । ବିରୋଧିଙ୍କ ହୋହାଲ୍ଲା ମଧ୍ୟରେ କମ୍ପୁଛି ରାଜ୍ୟ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ ଥିବା ନେଇ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଗୋଟିଏ ପଟେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧି ଅଡି ବସିଥିବାବେଳେ ଏନେଇ ପୁଣିଥରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ।
ତାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରାଯାଉଛି । ତାଙ୍କ ଉପରେ ଆରୋପ ଲଗାଉଥିବା ବିରୋଧି ଉପଯୁକ୍ତ ପ୍ରମାଣ ଦିଅନ୍ତୁ । ଶହ ଶହ ମିଥ୍ୟା କେବେ ହେଲେ ସତକୁ ଘୋଡାଇ ପାରିବନି ବୋଲି କହିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ । ପୂର୍ବରୁ ମଧ୍ୟ ନିଜ ଉପରେ ଆସିଥିବା ଅଭିଯୋଗର ପ୍ରମାଣ ମାଗିଥିଲେ ମନ୍ତ୍ରୀ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ