ETV Bharat / state

ସୋମବାର ଯାଏଁ ଧର୍ମଗଡ କୋର୍ଟ ବନ୍ଦ - corona odisha

ଧର୍ମଗଡ ଏସଡିଜେଏମ କୋର୍ଟର ଜଣେ ଅଧିକାରୀ କୋରୋନା ଆକ୍ରାନ୍ତ । 20 ତାରିଖ ଯାଏଁ ବନ୍ଦ ରହିବ ଧର୍ମଗଡ କୋର୍ଟ ପରିସର । ଅଧିକ ପଢନ୍ତୁ...

ସୋମବାର ଯାଏଁ ଧର୍ମଗଡ କୋର୍ଟକୁ ବନ୍ଦ ନିର୍ଦ୍ଦେଶ

author img

By

Published : Jul 19, 2020, 8:46 AM IST

Updated : Jul 19, 2020, 8:55 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୁଣି କୋରୋନା ଚିହ୍ନଟ । ଧର୍ମଗଡ ଏସଡିଜେଏମ କୋର୍ଟର ଜଣେ ଅଧିକାରୀ କୋରୋନା ଆକ୍ରାନ୍ତ । ଅଧିକାରୀଙ୍କ ନିକଟରେ କୋରୋନା ଲକ୍ଷଣ ପରେ ସ୍ବାବ ଟେଷ୍ଟ କରାଯାଇଥିଲା । ଶନିବାର ରିପୋର୍ଟ କୋରୋନା ପଜିଟିଭ ଆସିଛି ।

ଧର୍ମଗଡ କୋର୍ଟକୁ 20 ତାରିଖ ଯାଏଁ ବନ୍ଦ ଘୋଷଣା

ଆକ୍ରାନ୍ତ ଅଧିକାରୀ ଜଣଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେପଟେ ସଂକ୍ରମଣକୁ ଦେଖି ଧର୍ମଗଡ କୋର୍ଟ ପରିସରକୁ ଆସନ୍ତା 20 ତାରିଖ ଯାଏଁ ବନ୍ଦ ରଖାଯାଇ ସାନିଟାଇଜ କରାଯିବ । ଏନେଇ ଜିଲ୍ଲା ଦୌରା ଜଜ୍ ଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ସୋମବାର ଯାଏଁ ଧର୍ମଗଡ କୋର୍ଟକୁ ବନ୍ଦ ନିର୍ଦ୍ଦେଶ
ସୋମବାର ଯାଏଁ ଧର୍ମଗଡ କୋର୍ଟକୁ ବନ୍ଦ ନିର୍ଦ୍ଦେଶ

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୮୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ପ୍ରାୟ ୯୩ ପ୍ରତିଶତ ଥିବା ନେଇ ପ୍ରଶାସନର ସୂଚନା ଜିଲ୍ଲାବାସୀଙ୍କୁ ଏକ ପ୍ରକାର ଆଶ୍ବସ୍ତି ଦେଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Jul 19, 2020, 8:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.