ଭବାନୀପାଟଣା: ନୂଆବର୍ଷରେ ନୂଆ ଆଶା ନୂଆ ଆକାଂକ୍ଷା ନେଇ ସଭିଏଁ 2021କୁ ସ୍ବାଗତ କରିଛନ୍ତି । ଏଥିପାଇଁ ନବବର୍ଷରେ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଲାଗିଛି । କୋରୋନା କଟକଣା ମଧ୍ୟରେ ୨୦୨୦ କୁ ବିଦାୟ ଦେଇ ୨୦୨୧ କୁ ସ୍ୱାଗତ କରିଛନ୍ତି ସଭିଏଁ ।
ନବବର୍ଷରେ ମା' ମାଣିକେଶ୍ୱରୀଙ୍କ ପୀଠରେ ଭକ୍ତଙ୍କ ଭିଡ଼ ତେବେ କୋରୋନା ଯୋଗୁଁ ନୂଆବର୍ଷର ସ୍ୱାଗତ ସେତେଟା ଜାକଜମକର ସହିତ ଆରମ୍ଭ ହୋଇନଥିଲେ ମଧ୍ୟ ତଥାପି ଏହି ନୂଆବର୍ଷ ଭଲରେ କଟୁ ବୋଲି ଆଶା କରି ମନ୍ଦିରରେ ଦୀପ ଜାଳିଛନ୍ତି ଶ୍ରଦ୍ଧାଳୁ । ମନ୍ଦିର ବନ୍ଦ ହୋଇଥିଲେ ମଧ୍ୟ ଭକ୍ତମାନେ ମନ୍ଦିର ବାହାରେ ଦୀପ ଜାଳି ନୂଆବର୍ଷ ସମସ୍ତଙ୍କ ପାଇଁ ନୂଆ ଆଶା, ଉଦ୍ଦିପନା ଏବଂ ନୂତନ ସମ୍ଭାବନାର ବର୍ଷ ହେଉ ବୋଲି ପ୍ରାର୍ଥନା କରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ