କଳାହାଣ୍ଡି: କୋରୋନା ବାହାନା କରି ଅଭିଯୁକ୍ତ ଚମ୍ପଟ । ଏମିତି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ୨୦୧୯ ମସିହାରେ ହତ୍ୟା ଉଦ୍ୟମ ମାମଲାରେ କେଗାଁ ଥାନା ଅନ୍ତର୍ଗତ ମକ୍ରାଗୁଡା ଗାଁର ଅଲେଖ ଜଗତ ନାମରେ ଏକ ମାମଲା ରୁଜୁ ହୋଇଥିଲା ।
ସେ ସମୟରେ ଅଭିଯୁକ୍ତ ଫେରାର ମାରି ପଞ୍ଜାବ ଚାଲିଯାଇଥିଲା । ଲକଡାଉନ ଘୋଷଣା ପରେ ନିଜଗାଁକୁ ସେ ଫେରିଥିବା ଜାଣି ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏବଂ ଗତ ୨୭ ତାରିଖରେ ଘଟଣାର ଅଧିକ ତଦନ୍ତ ପାଇଁ ୩ ଦିନିଆ ରିମାଣ୍ଡରେ ଆଣିଥିଲା କେଗାଁ ପୋଲିସ ।
ତଦନ୍ତ ସମୟରେ ସେ କରୋନା ସଂକ୍ରମିତ ଥିବା ବାହାନା କରିବାରୁ ପୋଲିସ ତାକୁ ଧର୍ମଗଡ଼ ଡାକ୍ତରଖାନାରେ କ୍ବାରେଣ୍ଟାଇନରେ ରଖିଥିଲା । ହେଲେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଡାକ୍ତର ଖାନାରୁ ଚମ୍ପଟ ମାରିଛି । ପୋଲିସ ବର୍ତ୍ତମାନ ଅଭିଯୁକ୍ତର ସନ୍ଧାନ ପାଇଁ ସ୍ବତନ୍ତ୍ର ଟିମ ଗଠନ କରି ଅନୁସନ୍ଧାନ ଜାରି ରଖିଥିବା ଧର୍ମଗଡ଼ ଏସଡିପିଓ ସୂଚନା ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ