ଭବାନୀପାଟଣା : କେନାଲ ନିକଟରୁ ମୃତଦେହ ଉଦ୍ଧାର ଘଟଣା ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ମୃତକଙ୍କ ପରିବାର ରାସ୍ତା ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନମାଳୀପୁର ନିକଟସ୍ଥ କେନାଲରେ ଗତ ମାର୍ଚ୍ଚ ୧୧ ତାରିଖ ରାତିରେ ଜୁନାଗଡ଼ ସହରସ୍ଥିତ ଲକ୍ଷ୍ମୀସାଗର ପଡାର ରଞ୍ଜିତ ହଂସ ରଣପୁର ଗାଁରୁ ବାଇକ ନଂ (ଓଡ଼ି ୦୮ ଏ ୩୫୧୯) ରେ ଜୁନାଗଡ଼ ଆସୁଥିଲେ । ମାର୍ଚ୍ଚ ୧୨ ତାରିଖ ସକାଳେ ରଞ୍ଜିତ ବାଇକରୁ ପଡି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଲୋକେ ଦେଖିବାକୁ ପାଇଥିଲେ ।
ଜୁନାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରିଥିଲା ।ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କାରିଥିଲା ଜୁନାଗଡ଼ ଥାନା ପୋଲିସ। ରଞ୍ଜିତଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ପରିବାର ଲୋକେ। ରଞ୍ଜିତ ହଂସ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଆଜି ପରିବାର ବର୍ଗ ଓ ପଡାବାସୀ ଥାନା ସମ୍ମୁଖରେ ଥିବା ଧାରଣା ଦେବା ସହ ଜାତୀୟ ରାଜପଥ ୨୬ କୁ ଏକଘଣ୍ଟା କାଳ ଅବରୋଧ କରିଥିଲେ । ଅବରୋଧ ସ୍ଥଳକୁ ପାଖକୁ ପୁଲିସ ଆସି ବୁଝାସୁଝା କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେବା ପରେ ଉତ୍ୟକ୍ତ ପରିବାର ଲୋକେ ରାସ୍ତାରୋକରୁ ହଟିଥିବା ଜଣାପଡିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ , ଇଟିଭି ଭାରତ