ETV Bharat / state

ପୁଣି ଅଲୋଡା ହେଲା ଅଲିଅଳି, ମାଛଜାଲରୁ ମିଳିଲା ମୃତଦେହ - କଳାହାଣ୍ଡିରେ ଅଲୋଡା ହେଲା ନବଜାତ

ହଜି ଯାଉଛି ମାନବିକତା । ମରିଯାଇଛି ମଣିଷ ପାଣିଆ । ପୁଣି ଅଲୋଡା ହୋଇଛି ନବଜାତ ଶିଶୁ । ଆଉ ମାଛ ଜାଲରେ ପଡ଼ିଛି ଶିଶୁର ମୃତଦେହ । ଅଧିକ ପଢନ୍ତୁ

ପୁଣି ଅଲୋଡା ହେଲା ନବଜାତ, ମାଛଜାଲରୁ ମିଳିଲା ମୃତଦେହ

author img

By

Published : May 16, 2022, 10:24 PM IST

ଭବାନୀପାଟଣା: ହଜି ଯାଉଛି ମାନବିକତା । ମରିଯାଇଛି ମଣିଷ ପାଣିଆ । ପୁଣି ଅଲୋଡା ହୋଇଛି ନବଜାତ ଶିଶୁ । ସେ ଅବାଞ୍ଛିତ ପ୍ରେମ ସମ୍ପର୍କ ହେଉ କିମ୍ବା କୁଆଁରୀ ମାତୃତ୍ବ । ଲୋକଲଜ୍ଜା ଭୟରେ ଆଲୋଡ଼ା ହେଉଛି ଅଲିଅଳି, ଆଉ ଶେଷରେ ମାଛ ଜାଲରେ ପଡ଼ିଛି ମୃତଦେହ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ କୁସୁମଖୁଣ୍ଟି ଅଞ୍ଚଳରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ନିକଟରେ କିଛି ଲୋକ ମାଛ ମାରିବାକୁ ଜାଲ ପକାଇଥିବା ବେଳେ ଜାଲରୁ ଏକ ନବ ଜାତକ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ମାଛ ମାରିବାକୁ ଯାଇଥିବା ଲୋକେ ଜାଲରେ ନବଜାତ ଶିଶୁକୁ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନବଜାତ ଶିଶୁଟିର ମୃତଦେହକୁ ଉଦ୍ଧାର କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.