ETV Bharat / state

ବନ୍ୟା ପାଣିରେ ଭାସି ଯୁବକ ମୃତ

author img

By

Published : Aug 23, 2022, 10:46 PM IST

ସଉଦା ଆଣିବାକୁ ଯାଇ ବନ୍ୟା ପାଣିରେ ଭାସି ଯୁବକ ମୃତ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ମୁଡିସି ଗାଁର ହେମନ୍ତ ମାଝୀ କନ୍ଧମାଳ ଜିଲ୍ଲା ସୋଡ୍ରାକୁ ସଉଦା ଆଣିବାକୁ ଯାଇଥିଲେ । ହେଲେ ସଉଦା ନେଇ ଫେରିବା ସମୟରେ ଗାଁ ନିକଟରୁ ଥିବା ଜଗନହାଡ଼ି ନାଳରେ ବନ୍ୟା ଜଳ ସ୍ରୋତରେ ଅସାବଧାନତା ବଶତଃ ଗୋଡ ଖସି ଯିବା ଫଳରେ ନାଳ ପାଣିରେ ଭାସିଯାଇଥିଲେ । ଅଧିକ ପଢନ୍ତୁ

ବନ୍ୟା ପାଣିରେ ଭାସି ଯୁବକ ମୃତ
ବନ୍ୟା ପାଣିରେ ଭାସି ଯୁବକ ମୃତ

କଳାହାଣ୍ଡି: ବନ୍ୟା ନାଳ ପାଣିରେ ଭାସି ଯୁବକ ମୃତ । ଲଗାଣ ବର୍ଷା କାରଣରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଆସିଥିଲା ବଡ ବନ୍ୟା । ବନ୍ୟା କାରଣରୁ ଅନେକ ନଦୀ, ନାଳରେ ଜଳସ୍ତର ବୃଦ୍ଧି ପାଇଥିଲା । ମଦନପୁର ରାମପୁର ଥାନା ଅନ୍ତର୍ଗତ ମୁଡିସି ଗାଁର ଜଣେ ବ୍ୟକ୍ତି ନାଳ ପାଣିରେ ଭାସି ଯାଇ ମୃତ୍ୟୁ ଘଟିଛି ।

ଗତ କିଛି ଦିନରେ ଲଗାଣ ବର୍ଷା ଯୋଗୁଁ ଛୋଟ ବଡ଼ ନଦୀ ନାଳ ମାନଙ୍କରେ ବନ୍ୟାଜଳ ପ୍ରବାହିତ ହେବାରେ ଲାଗିଥିଲା । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ମୁଡିସି ଗାଁର ହେମନ୍ତ ମାଝୀ କନ୍ଧମାଳ ଜିଲ୍ଲା ସୋଡ୍ରାକୁ ସଉଦା ଆଣିବାକୁ ଯାଇଥିଲେ । ହେଲେ ସଉଦା ନେଇ ଫେରିବା ସମୟରେ ଗାଁ ନିକଟରୁ ଥିବା ଜଗନହାଡ଼ି ନାଳରେ ବନ୍ୟା ଜଳ ସ୍ରୋତରେ ଅସାବଧାନତା ବଶତଃ ଗୋଡ ଖସି ଯିବା ଫଳରେ ନାଳ ପାଣିରେ ଭାସିଯାଇଥିଲେ । ପରେ ସେ ନିଜକୁ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଗ୍ରାମବାସୀ ନାଳରେ ପହଞ୍ଚି ଅନେକ ଖୋଜା ଖୋଜି କରିଥିଲେ । ହେଲେ ପରେ ଭାସି ଯାଇଥିବା ଯୁବକଙ୍କ ମୃତଦେହକୁ ଗାଁ ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଠାବ କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.