ETV Bharat / state

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ, କଳାହାଣ୍ଡିରେ ତାପମାତ୍ରା 38 ଡିଗ୍ରୀ ପାର - କଳାହାଣ୍ଡିରେ ତାପମାତ୍ରା ୪୦ ଡିଗ୍ରୀ ପାର

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞ୍ଜି ପବନରେ ଅସ୍ତବ୍ୟସ୍ତ କଳାହାଣ୍ଡି ବାସିନ୍ଦା । 38 ଡିଗ୍ରୀ ପାର୍ ହେଲାଣି ଦିନ ତାପମାତ୍ରା । ଅଧିକ ପଢନ୍ତୁ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ, କଳାହାଣ୍ଡିରେ ତାପମାତ୍ରା ୪୦ ଡିଗ୍ରୀ ପାର

author img

By

Published : Mar 22, 2022, 7:40 PM IST

ଭବାନୀପାଟଣା: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତବ୍ୟସ୍ତ ଜନ-ଜୀବନ । ସତେ ଯେପରି ତତଲା କଡେଇରେ ଭାଜି ହୋଇଯାଉଛି କଳାହାଣ୍ଡି । ସହରର ତାପମାତ୍ରା ଏବେ 38 ଡିଗ୍ରୀରୁ ଅଧିକ । ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ, କଳାହାଣ୍ଡିରେ ତାପମାତ୍ରା ୪୦ ଡିଗ୍ରୀ ପାର

ଆକାଶରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୌଦ୍ରତାପ । ଖରାରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି, ଗାମୁଛା ପିନ୍ଧୁଛି ତ ଆଉ କାହାର ସାହାରା ପାଲଟିଛି କଳା ଚଷମା । ଗତ କିଛିଦିନ ହେବ ଜିଲ୍ଲାରେ ତାପମାତ୍ରା 38 ଡିଗ୍ରୀ ଉପରେ ମଧ୍ୟ ରହୁଛି । ତାତିରୁ ସାମାନ୍ୟ ଆଶ୍ବସ୍ତି ପାଇଁ ଭିଡ ଜମୁଛି ଲସି ଓ ଆମ୍ୱରସ ଦୋକାନରେ । ଲସି କିମ୍ୱା ଆମ୍ୱରସ ଟିକିଏ ପିଇ ଦେଇ ବେଶ୍‍ ଆଶ୍ୱସ୍ତ ଅନୁଭବ କରୁଛନ୍ତି ଲୋକେ । ସେପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାବାସୀ ।

ଏପଟେ ଅଘୋଷିତ ବିଜୁଳି କାଟ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ସକାଳ ହେଲେ ଲୋକଙ୍କ ଚିନ୍ତା ବଢି ଯାଉଛି । କେବଳ ସନ୍ଧ୍ୟା ହେଲେ ଯାଇ ଘରୁ ବାହାରୁଛନ୍ତି ଲୋକେ । ଯେଉଁମାନଙ୍କ ଦିନ ସମୟରେ କାମ ରହୁଛି ସେମାନେ ଛତା, ଟୋପି କିମ୍ବା ମୁଣ୍ଡରେ ଗାମୁଛା ପକାଇ ଖରାକୁ ବାହାରୁଛନ୍ତି । ଦିନ ୧୨ ଟା ପରେ ରାସ୍ତାଘାଟ ଶୁନ୍‍ଶାନ୍‍ ହୋଇଯାଉଛି । ତେବେ ସବୁ ପ୍ରକାର ଜରୁରୀ ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

କଳାହଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.