ETV Bharat / state

ସାହାଜଖୋଲରେ ଆଦିବାସୀ ମୁଣ୍ଡିଆଣିଙ୍କ ଡଙ୍ଗର ଯାତ୍ରା ପାଳିତ - ଡଙ୍ଗର ଯାତ୍ରା ପାଳିତ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡକୁ ଲାଗି ରହିଛି ସାହାଜଖୋଲ ସଂରକ୍ଷିତ ଜଙ୍ଗଲ । ଏହି ଅଞ୍ଚଳର ଆଦିବାସୀ କେଉଁ ଆବାହାନମାନ କାଳରୁ ଘଞ୍ଚ ଜଙ୍ଗଲ ମଧ୍ୟରେ ପୂଜା ପାଉଥିବା ମା’ ସର୍ବମଙ୍ଗଳା ଘାଟିମୁଣ୍ଡିଆଣୀଙ୍କୁ ପୂଜା କରିଆସୁଛନ୍ତି । ଅଧିକ ପଢନ୍ତୁ...

ସହାଜଖୋଲରେ ଆଦିବାସୀ ମୁଣ୍ଡିଆଣିଙ୍କ ଡଙ୍ଗର ଯାତ୍ରା ପାଳିତ

author img

By

Published : Aug 28, 2021, 7:46 AM IST

ଭବାନୀପାଟଣା: ଆଦିବାସୀ ଜନ ବସତି ଅଞ୍ଚଳରେ ଦେବାଦେବୀ ମାନଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ପରମ୍ପରା, ବିଶ୍ୱାସ ଚଳଣି ସହ ଦେବାଦେବୀଙ୍କ ପର୍ବ ପାଳନ ସହ ଦୈବିଶକ୍ତି ଉପରେ ଅଗାଢ଼ ବିଶ୍ୱାସ ରହିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡକୁ ଲାଗି ରହିଛି ସାହାଜଖୋଲ ସଂରକ୍ଷିତ ଜଙ୍ଗଲ । ଏହି ଅଞ୍ଚଳର ଆଦିବାସୀ କେଉଁ ଆବାହାନମାନ କାଳରୁ ଘଞ୍ଚ ଜଙ୍ଗଲ ମଧ୍ୟରେ ପୂଜା ପାଉଥିବା ମା’ ସର୍ବମଙ୍ଗଳା ଘାଟିମୁଣ୍ଡିଆଣୀଙ୍କୁ ପୂଜା କରିଆସୁଛନ୍ତି ।

ସହାଜଖୋଲରେ ଆଦିବାସୀ ମୁଣ୍ଡିଆଣିଙ୍କ ଡଙ୍ଗର ଯାତ୍ରା ପାଳିତ

ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମା ପରେ ପଡୁଥିବା ମଙ୍ଗଳବାର ଦିନ ଦେବୀ ସର୍ବ ମଙ୍ଗଳା ଘାଟି ମୁଣ୍ଡିଆଣୀଙ୍କୁ ପୂଜା କରାଯାଏ। ଡଙ୍ଗର ଯାତ୍ରା ନାମରେ ନାମିତ ଏହି ପର୍ବରେ ଆଦିବାସୀ ମିଳିତ ଭାବେ କାଳିସୀ ଓ ଗ୍ରାମ ପୁଜାରୀଙ୍କ ସହିତ ଗୋତମୁଣ୍ଡା ଗ୍ରାମରୁ ପ୍ରାୟ ୩ କି.ମି ରାସ୍ତା ଚାଲିଚାଲି କାଳିସି ଓ ଲାଠି ଯାତ୍ରାରେ ବାହାରି ଜଙ୍ଗଲ ମଧ୍ୟରେ ଥିବା ଦେବୀଙ୍କ ଆସ୍ଥାନରେ ପହଞ୍ଚିଛନ୍ତି । ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଜଙ୍ଗଲ ପରିବେଶ ମଧ୍ୟରେ ଥିବା ଦେବୀଙ୍କ ମନ୍ଦିରରେ ମାନସିକ ଧାରୀ କୁକୁଡ଼ା, ବୋଦା ବଳି ଦେଇଛନ୍ତି, ଫଳରେ ରକ୍ତ ରଞ୍ଜିତ ହୋଇଛି ଦେବୀଙ୍କ ପୀଠ।

ଜନଶ୍ରୁତି ଅନୁସାରେ ଦଣ୍ଡପାଟ ଅଞ୍ଚଳର ଦେବୀ ଦଣ୍ଡ ପାଟିଆଣୀ ଦେବୀ ଏଠାରେ ପ୍ରଥମେ ପୂଜା ପାଉଥିବା ବେଳେ ଏହି ଡଙ୍ଗର ଯାତ୍ରା ପରେ ଦଣ୍ଡପାଟ ଅଞ୍ଚଳର ଲୋକମାନେ ନୂଆଖାଇ ପର୍ବପାଇଁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ଦେବୀଙ୍କ ଏହି ଯାତ୍ରାରେ ପଡୋଶୀ ରାଜ୍ୟ ଛତିଶିଗଡ ବସ୍ତର ଓ ନବରଙ୍ଗପୁର ଜିଲ୍ଲାର ଶତାଧିକ ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇଥିଲେ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.