ETV Bharat / state

ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବି, କଳାହାଣ୍ଡି ତହସିଲ ଅଫିସ ଆଗରେ ସିବିଆଇର ବିକ୍ଷୋଭ - ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ସିବିଆଇର ବିକ୍ଷୋଭ

ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବିରେ କଳାହାଣ୍ଡି ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ସିବିଆଇର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

କଳାହାଣ୍ଡି ତହସିଲ ଅଫିସ ଆଗରେ ସିବିଆଇର ବିକ୍ଷୋଭ

author img

By

Published : Mar 14, 2023, 11:59 AM IST

କଳାହାଣ୍ଡି ତହସିଲ ଅଫିସ ଆଗରେ ସିବିଆଇର ବିକ୍ଷୋଭ

ଭବାନୀପାଟଣା: ଜଳ ଜମି ଓ ଜଙ୍ଗଲ ଜମିକୁ ନେଇ ଦୀର୍ଘ ଦିନରୁ ଆଦିବାସୀମାନେ ଲଢେଇ କରି ଆସୁଛନ୍ତି । ହେଲେ ସରକାର ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି । ଏଭଳି ଅଭିଯୋଗ କରି କଳାହାଣ୍ଡି ଜିଲ୍ଲା ସିପିଆଇ ପକ୍ଷରୁ ସୋମବାର କଳାହାଣ୍ଡି ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡିର ଅନେକ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହେଉଛନ୍ତି । ଜଳ ଜମି ଓ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପାଇଁ ଆଦିବାସୀମାନେ ଦାବି କରି ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ସିପିଆଇ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛି ।

ସିପିଆଇର ଅଭିଯୋଗ ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ଅନେକ ଆଦିବାସୀ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ । ଯେଉଁ କିଛି ଅଞ୍ଚଳରେ ଆବାସ ତାଲିକାରେ ଲୋକମାନଙ୍କ ନାଁ ଆସିଛି, ସେମାନଙ୍କୁ ଗୃହ ନିର୍ମାଣ ପାଇଁ ଟଙ୍କା ମିଳି ପାରିନି । ଏହାସହିତ ଆଜି ମଧ୍ୟ ଅପହଞ୍ଚ ଇଲାକାର ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ଗମନାଗମନର ସୁବିଧା ନଥିବା ଯୋଗୁଁ ଅନେକ ସମୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଖଟିଆରେ ହସ୍ପିଟାଲକୁ ବୁହା ହେଉଛନ୍ତି । ଏପରିକି ପୂର୍ବପୁରୁଷ ଅମଳରୁ ଜଙ୍ଗଲ ଜମିରେ ରହି ଆସୁଥିବା ଆଦିବାସୀଙ୍କୁ ବର୍ତ୍ତମାନ ସୁଦ୍ଧା ଜମି ପଟ୍ଟା ମିଳିପାରି ନାହିଁ । ଯାହାଫଳରେ ଆଦିବାସୀ ପିଲାଙ୍କ ପାଠପଢାରେ ମଧ୍ୟ ସମସ୍ୟା ଦେଖାଦେଉଛି । ହେଲେ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ।

ଦୀର୍ଘ ଦିନରୁ କଳାହାଣ୍ଡି ଜିଲ୍ଲାବାସୀ ଦାବି କରିଆସୁଥିବା ନର୍ଲା ରେଳ ମରାମତି କାରଖାନା ମଧ୍ୟ ଆରମ୍ଭ ହୋଇ ପାରିନାହିଁ । ଏହି କାରଖାନା ହେଲେ ଜିଲ୍ଲାର ଅନେକ ଲୋକଙ୍କୁ ରୋଜଗାର ମିଳିପାରିବ । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ଏହା ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ବୋଲି ସିପିଆଇ ଅଭିଯୋଗ କରିଛି । ଏହାର ପ୍ରତିବାଦରେ ସୋମବାର ଜିଲ୍ଲା ସିପିଆଇ ପକ୍ଷରୁ ଭବାନୀପାଟଣା ମାଣିକେଶ୍ୱରୀ ଛକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ସହର ପରିକ୍ରମା ପରେ ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ଏଥିପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି । ଆଦିବାସୀ ଓ ଜିଲ୍ଲାର ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଯଥାଶୀଘ୍ର ରାଜ୍ୟ ଓ କେନ୍ଦ୍ର ସରକାର ଏହି ଦାବି ପୂରଣ ନକଲେ ଆସନ୍ତା ଦିନରେ ସିପିଆଇ ପକ୍ଷରୁ ରାଜ୍ୟବ୍ୟାପୀ ଜେଲ ଭରୋ ଆନ୍ଦୋଳନ କରାଯିବ ବୋଲି ସିପିଆଇ ଚେତାବନୀ ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.