ETV Bharat / state

୨୦୧୫ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୧୦ ବର୍ଷ ଜେଲ - କଳାହାଣ୍ଡି ପକ୍ସୋ କୋର୍ଟ

ନାବାଳିକାକୁ ଦୁଷ୍କର୍ମ ମାମଲାର ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ । ୨୦୧୫ ମସିହାରେ ନାବାଳିକାକୁ ଦୁଷ୍କର୍ମ କରିଥିଲା ବଲାଙ୍ଗୀରର ଅଶୋକ ସାହୁ । ଅଧିକ ପଢନ୍ତୁ

୨୦୧୫ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୧୦ ବର୍ଷ ଜେଲ

author img

By

Published : Nov 18, 2021, 1:21 PM IST

ଭବାନୀପାଟଣା: ନାବାଳିକାକୁ ଦୁଷ୍କର୍ମ ମାମଲାର ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ । ୨୦୧୫ ମସିହାର ଏହି ମାମଲାର ଶୁଣାଣି କରି ଦୋଷୀକୁ ଦଣ୍ଡ ଶୁଣାଇଛନ୍ତି ପକ୍ସୋ କୋର୍ଟ ।

ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ନାରେନ ଗାଁର ଅଶୋକ ସାହୁ ୨୦୧୫ ମସିହାରେ ସମ୍ପର୍କୀୟଙ୍କ ଘରକୁ ଜଣେ ନାବଳିକାକୁ ଡାକି ଦୁଷ୍କର୍ମ କରିଥିଲା । ଏନେଇ ନାବାଳିକାଙ୍କ ପରିବାର କଳାହାଣ୍ଡି ଜିଲ୍ଲା କେଗାଁ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଶୋକ ସାହୁକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

ଆଜି ଭବାନୀପାଟଣା ପକ୍ସୋ କୋର୍ଟ ବିଚାରପତି ସୁବ୍ରତ ପଟ୍ଟନାୟକ ଏହି ମାମଲାର ଶୁଣାଣି କରିଛନ୍ତି । ଶୁଣାଣି ପରେ ଅଭିଯୁକ୍ତ ଅଶୋକ ସାହୁ ଦୋଷୀ ସାବ୍ୟସ୍ତ ହୋଇଛି । ଅଦାଲତ ତାକୁ ଦୁଷ୍କର୍ମ ମାମଲାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୨ ହଜାର ଟଙ୍କା ଜୋରିମାନା ପକାଇଛନ୍ତି । ତେବେ ଜରିମାନା ଅନାଦେୟ ହେଲେ ଅଧିକ ୪ମାସ ଜେଲରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.