ETV Bharat / state

ଉପର ଚିକ୍କଣ ଭିତର ଫମ୍ଫା, ଏମିତି ଚାଲିଛି ପୂର୍ତ୍ତ ବିଭାଗର ରାସ୍ତା ନିର୍ମାଣ - ରାସ୍ତାକାମରେ ଦୁର୍ନୀତି

କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଠାରୁ ମୂଷାନଲ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତା ନିମ୍ନମାନର ଅଭିଯୋଗ । କାମ ଶେଷ ନହେଉଣୁ ରାସ୍ତାରୁ ଉଠିଲାଣି ପିଚୁ । ଅଧିକ ପଢନ୍ତୁ...

ଉପର ଚିକ୍କଣ ଭିତର ଫମ୍ଫା, ଏମିତି ଚାଲିଛି ପୂର୍ତ୍ତ ବିଭାଗର ରାସ୍ତା ନିର୍ମାଣ

author img

By

Published : Jun 18, 2021, 12:03 PM IST

ଭବାନୀପାଟଣା: ଜିଲ୍ଲା ମୁଖ୍ୟାଳୟ ଠାରୁ ମୂଷାନଲକୁ ପ୍ରାୟ ୨୫ କିମି ରାସ୍ତାକୁ ୨୦୨୦-୨୧ ମସିହାରେ ପୂର୍ତ୍ତ ବିଭାଗ ସଡକ ଯୋଜନାରେ ପ୍ରାୟ କୋଟିଏ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ କାର୍ଯ ଆରମ୍ଭ ହୋଇଛି । ହେଲେ ରାସ୍ତା କାମ ନିମ୍ନମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରୁ ଥିବାବେଳେ କାମ ଶେଷ ନହେଉଣୁ ରାସ୍ତାରୁ ପିଚୁ ଉଠିବାକୁ ଲାଗିଲାଣି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ନିମ୍ନମାନର ରାସ୍ତା କାମ ହେଉଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ ।

ଉପର ଚିକ୍କଣ ଭିତର ଫମ୍ଫା, ଏମିତି ଚାଲିଛି ପୂର୍ତ୍ତ ବିଭାଗର ରାସ୍ତା ନିର୍ମାଣ
କଳା ମଚମଚ ପିଚୁ ରାସ୍ତା, ହେଲେ ଭିତର ସମ୍ପୂର୍ଣ୍ଣ ଫମ୍ଫା । ଅଞ୍ଚଳବାସୀ ନିଜର ନିତିଦିନିଆ କାମରେ ଏହି ସଡ଼କ ଉପରେ ନିର୍ଭର କରୁ ଥିବାବେଳେ ଅନେକ ସମୟରେ ରାସ୍ତା ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ଅନେକ ବାର ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କୁ ଗୁହାରୀ କଲାପରେ ୨୦୨୦-୨୧ ମସିହାରେ ପୂର୍ତ୍ତ ବିଭାଗ ଯୋଜନାରେ ରାସ୍ତାକାମ ଆରମ୍ଭ ହୋଇଥିଲା । ହେଲେ ଠିକାଦାର ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରଙ୍କ ଯୋଜନା ଉପରେ ଉଠାଇଛି ପ୍ରଶ୍ନବାଚୀ । ସେପଟେ ରାସ୍ତା ନିର୍ମାଣରେ ଏବେ ଦୁର୍ନୀତିର ଗନ୍ଧ ବାରି ହେଉଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.