ETV Bharat / state

କୋରୋନା ଅପଡେଟ୍‌:କଳାହାଣ୍ଡିରେ 2300 ପାର୍‌ କଲା ଆକ୍ରାନ୍ତଙ୍କ ସଂଖ୍ୟା - କଳାହାଣ୍ଡି କୋରୋନା ଅପଡେଟ୍

କଳାହାଣ୍ଡି ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2301କୁ ବୃଦ୍ଧି । ଅଧିକ ପଢନ୍ତୁ...

କୋରୋନା ଅପଡେଟ୍‌
କୋରୋନା ଅପଡେଟ୍‌
author img

By

Published : Sep 17, 2020, 7:20 AM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୁଖ୍ୟତଃ ଭବାନୀପାଟଣା ସହରରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରୁଛନ୍ତି ବୃଦ୍ଧିଜୀବୀ । ସେପଟେ ଏନେଇ ଆତଙ୍କିତ ରହିଛନ୍ତି ସାଧାରଣ ଲୋକେ ।

ଜିଲ୍ଲାରେ ଗତ ଦୁଇ ଦିନ ମଧ୍ୟରେ 116ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସୋମବାର 33 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର 83 ଜଣ ରହିଛନ୍ତି ।

କୋରୋନା ଅପଡେଟ୍‌

ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2301ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1206 ଜଣ ସୁସ୍ଥ ହୋଇଥିବାବେଳେ 1095ଟି ସକ୍ରିୟ ମାମଲା ରହିଛି । ଯାହା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ସାଜିଛି ।

ସେପଟେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ କମୀମାନେ ଘରକୁ ଘର ଯାଇ କୋରୋନା ସର୍ଭେ କରୁଛନ୍ତି ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.