ETV Bharat / state

କଳାହାଣ୍ଡିରେ 500 ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ଯା - _ corona update

ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ପୁଣି 47 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ  ।

corona update of kalahandi
କଳାହାଣ୍ଡିରେ 500 ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ଯା
author img

By

Published : Aug 11, 2020, 6:59 PM IST

ଭବାନୀପାଟଣା: ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ପୁଣି 47 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ସ୍ଥାନୀୟ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ମୁଖ୍ୟତଃ ଭବାନୀପାଟଣା ସହର ଓ ନର୍ଲା ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ବୁଦ୍ଧିଜୀବୀ କହୁଥିବାବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ସାଜିଛି । ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ ।

କଳାହାଣ୍ଡିରେ 500 ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ଯା

ସଂକ୍ରମିତଙ୍କ ମଧ୍ୟରୁ ଲାଞ୍ଜିଗଡସ୍ଥିତ ବେଦାନ୍ତ ଟାଉନସିପରୁ 10, ଲାଞ୍ଜିଗଡ ଓ ନର୍ଲାରୁ 13 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେପଟେ କେସିଙ୍ଗା ଅଞ୍ଚଳରୁ 7 ଜଣ ଚିହ୍ନଟ ହୋଇଥିବାବେଳେ ଜୁନାଗଡ ଗୋଲାମୁଣ୍ଡା ଓ ମଦନପୁର ରାମପୁରରୁ 3 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ଧର୍ମଗଡ ଜୟପାଟଣା ଓ କର୍ଲାମୁଣ୍ଡା ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଭବାନୀପାଟଣା ସହର ମଧ୍ୟରୁ 4 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 567ରେ ପହଞ୍ଚିଥିବାବେଳେ 176 ଜଣ ସୁସ୍ଥ ହୋଇଛନ୍ତି ଓ 396 ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.