ETV Bharat / state

କୋରୋନା କାୟା: କଳାହାଣ୍ଡିରେ 121 ଛୁଇଁଲା ପଜିଟିଭ କେସ

କଳାହାଣ୍ଡି ଜିଲ୍ଲାରେ ପୁଣି 12 କୋରୋନା ଆକ୍ରାନ୍ତ ଚିହ୍ନଟ । 12 ଜଣଙ୍କ ମଧ୍ୟରୁ 10 ଜଣ ଯବାନ ହୋଇଥିବାବେଳେ ଜଣେ ଆକ୍ରାନ୍ତ ମଧ୍ୟ ଭବାନୀପାଟଣା ସହରର ବୋଲି ଜଣାପଡ଼ିଛି। ଅଧିକ ଖବର ପଢନ୍ତୁ...

author img

By

Published : Jul 25, 2020, 12:24 PM IST

କୋରୋନା କାୟା; କଳାହାଣ୍ଡିରେ 121 ଛୁଇଁଲା ପଜିଟିଭ କେସ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୁଣି 12 କୋରୋନା ଆକ୍ରାନ୍ତ ଚିହ୍ନଟ । 12 ଜଣଙ୍କ ମଧ୍ୟରୁ 10 ଜଣ ଯବାନ ହୋଇଥିବାବେଳେ ଜଣେ ଆକ୍ରାନ୍ତ ମଧ୍ୟ ଭବାନୀପାଟଣା ସହରର ବୋଲି ଜଣାପଡ଼ିଛି। ସେପଟେ ନର୍ଲା ବ୍ଲକ ରେଗପୁର ଗାଁରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ 10 କୋରୋନା ଯୋଦ୍ଧା ଜଣେ ପୂର୍ବ ସଂକ୍ରମିତ ଯବାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ ।

ତେବେ ନର୍ଲା ଓ ଭବାନୀପାଟଣା ସହର ଲୋକାଲରୁ ଅନ୍ୟ 2 ଜଣ ଆକ୍ରାନ୍ତ ମଧ୍ୟ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଏନେଇ ଆସନ୍ତା 2 ଦିନ ପାଇଁ ଭବାନୀପାଟଣା ସହରକୁ ସଟଡାଉନ ଘୋଷଣା କରିବା ସହ କଣ୍ଟାକ୍ଟ ଟ୍ରେସିଂ ଜରିଆରେ ସ୍ବାବ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବା ସହ ଦୁଇଦିନ ମଧ୍ୟରେ ସହରର ପ୍ରତ୍ୟେକ ଘରକୁ ସ୍ବାସ୍ଥ୍ୟକର୍ମୀମାନେ ଯାଇ ସର୍ଭେ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 121 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 83 ଜଣ ସୁସ୍ଥ ହୋଇଛନ୍ତି ଏବଂ 37ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.