ETV Bharat / state

କଳାହାଣ୍ଡିରେ କୋରୋନା ସଚେତନ ରଥର ଶୁଭାରମ୍ଭ

author img

By

Published : Jun 7, 2021, 9:17 PM IST

କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କାୟା ବିସ୍ତାର କରୁଛି ମହାମାରୀ କୋରୋନା । ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଆତଙ୍କ ରଚିଛି କିଲର ଭାଇରସ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନ ରଥର ଶୁଭାରମ୍ଭ କରାଯାଇଛି। ଅଧିକ ପଢନ୍ତୁ...

କରୋନା ସଚେତନ ରଥର ଶୁଭାରମ୍ଭ
କରୋନା ସଚେତନ ରଥର ଶୁଭାରମ୍ଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦିନକୁଦିନ କାୟା ବିସ୍ତାର କରୁଛି ମହାମରୀ କୋରୋନା । ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଆତଙ୍କ ରଚିଛି କିଲର ଭାଇରସ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନ ରଥର ଶୁଭାରମ୍ଭ କରାଯାଇଛି।

କରୋନା ସଚେତନ ରଥର ଶୁଭାରମ୍ଭ

ଏହି ସଚେତନତା ରଥ ଜିଲ୍ଲାର ୧୩ ଗୋଟି ବ୍ଲକରେ ୧୫ ଦିନ ମଧ୍ୟରେ ଅତିକ୍ରମ କରିବ । ଏନେଇ ଆଜି ବିଧିବଦ୍ଧ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରଥକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଛି। ରଥରେ ଏଲଇଡି ବ୍ୟବସ୍ଥା ହୋଇଛି ଯେଉଁଥିରେ କୋରୋନା ସଂକ୍ରମଣ ପାଇଁ ଆବଶ୍ୟକୀୟ ସଚେତନତା ତଥା ଟୀକାକରଣ ପାଇଁ ବ୍ୟବସ୍ଥା ଉପରେ ବାର୍ତ୍ତା ଦିଆଯାଇଛି। ଏହି ରଥ ପରିଭ୍ରମଣର ମୂଳ ଉଦ୍ଦେଶ୍ୟ ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ କୋରୋନା ଟୀକାକରଣରେ ସାମିଲ କରିବା ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.