ଭବାନୀପାଟଣା: ଷ୍ଟାଫ ସିଲେକ୍ସନ ଦୁର୍ନୀତି ନେଇ ଗର୍ଜିଲା କଂଗ୍ରେସ । ଓଡିଶା ଷ୍ଟାଫ ସିଲେକ୍ସନ କମିଶନର ମହାଦୁର୍ନୀତି ପ୍ରତିବାଦରେ କଳାହାଣ୍ଡି କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ତେବେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲଙ୍କ ଅଧ୍ୟକ୍ଷତାରେ ଏକ ବିକ୍ଷୋଭ ସଭା ଆୟୋଜନ କରାଯାଇ ଦୀର୍ଘ ୨ ଘଣ୍ଟା ଧରି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଥିଲେ କଂଗ୍ରେସ କର୍ମୀ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଦାବିପତ୍ର ପ୍ରଦାନ କରିବାକୁ ଯିବା ସମୟରେ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ପୋଲିସ କଂଗ୍ରେସ କର୍ମୀଙ୍କୁ ଅଟକାଇବାରୁ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ