ETV Bharat / state

ସୋନିଆ ଗାନ୍ଧୀଙ୍କୁ EDର ଜେରା, କଳାହାଣ୍ଡିରେ କଂଗ୍ରେସର ବିକ୍ଷୋଭ

author img

By

Published : Jul 27, 2022, 6:22 PM IST

ସୋନିଆ ଗାନ୍ଧୀଙ୍କୁ EDର ଜେରାକୁ ନେଇ କଳାହାଣ୍ଡିରେ ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ ଆନ୍ଦୋଳନ । ଅଧିକ ପଢ଼ନ୍ତୁ

ସୋନିଆ ଗାନ୍ଧୀଙ୍କୁ EDର ଜେରା, କଳାହାଣ୍ଡିରେ କଂଗ୍ରେସର ବିକ୍ଷୋଭ
ସୋନିଆ ଗାନ୍ଧୀଙ୍କୁ EDର ଜେରା, କଳାହାଣ୍ଡିରେ କଂଗ୍ରେସର ବିକ୍ଷୋଭ

ଭବାନୀପାଟଣା : ଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବାରମ୍ବାର ପଚରାଉଚୁରା କରିବା ଘଟଣାର ପ୍ରତିବାଦ କରିଛି କଂଗ୍ରେସ । ଇଡିର କାର୍ଯ୍ୟକଳାପକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛି କଂଗ୍ରେସ । ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଛି ।

ଭବାନୀପାଟଣା ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ କର୍ମୀ ସତ୍ୟାଗ୍ରହ ଆନ୍ଦୋଳନରେ ବସିବା ସହ କେନ୍ଦ୍ର ସରକାରର କଂଗ୍ରେସ ଦମନ ନୀତିକୁ ବିରୋଧ କରିଛି କଂଗ୍ରେସ । କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଦୁର୍ବଳତାକୁ ଲୁଚେଇବାକୁ ଯାଇ କଂଗ୍ରେସ ଉପରେ ଆକ୍ରୋଶମୂଳକ ଭାବେ ଅତ୍ୟାଚାର କରୁଛନ୍ତି ବୋଲି କଂଗ୍ରେସ କହିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.