ETV Bharat / state

ମଣ୍ଡି ସମସ୍ୟା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

author img

By

Published : Jan 9, 2022, 3:20 PM IST

ମଣ୍ଡି ସମସ୍ୟା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଜିଲ୍ଲାରେ ମିଲର୍ସଙ୍କ ଇଚ୍ଛା ଅନୁସାରେ ମଣ୍ଡି ଚାଲୁଥିବା କଂଗ୍ରେସ ଅଭିଯୋଗ କରିଛି । ଏଥିସହ ମଣ୍ଡିରେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ପଡ଼ିଥିବା ନେଇ ପ୍ରଶାସନ ଉପରେ କଂଗ୍ରେସ ବର୍ଷିଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

congress pressmeet on mandi issue in kalahandi
ମଣ୍ଡି ସମସ୍ୟା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଭବାନୀପାଟଣା: ମଣ୍ଡି ସମସ୍ୟା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଜିଲ୍ଲାରେ ମିଲର୍ସଙ୍କ ଇଚ୍ଛା ଅନୁସାରେ ମଣ୍ଡି ଚାଲୁଥିବା କଂଗ୍ରେସ ଅଭିଯୋଗ କରିଛି । ଏଥିସହ ମଣ୍ଡିରେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ପଡ଼ିଥିବା ନେଇ ପ୍ରଶାସନ ଉପରେ କଂଗ୍ରେସ ବର୍ଷିଥିବା ଜଣାପଡ଼ିଛି । ଆଜି କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ରାଜ୍ୟ କଂଗ୍ରେସ କିଷାନ ମଜଦୂର ସେଲ ରାଜ୍ୟ ସଭାପତି ଅମିୟ ପଟ୍ଟନାୟକ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲା ପ୍ରଶାସନ ଉପରେ କଂଗ୍ରେସ ଜୋରଦାର ବର୍ଷିଥିଲା ।

ତେବେ ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ଜିଲ୍ଲା ଯୋଗାଣ ବିଭାଗ ତ୍ବରାନ୍ବିତ କରିଛି । ୧୭୧ଟି ପେକ୍ସ ଓ ୩୩ଟି ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୩ ଲକ୍ଷ ୨୦ ହଜାର କ୍ବିଣ୍ଟାଲ ଧାନ ପ୍ରଶାସନ ପକ୍ଷରୁ ସଂଗ୍ରହ କରାଯାଇଛି । ଏବଂ ବାକି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ମଣ୍ଡି ଅବ୍ୟବସ୍ଥା ଓ ଟୋକନ ସମସ୍ୟା ଯୋଗୁଁ ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏହି ଘଟଣା ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି । ଦୁଇ ଦିନ ମଧ୍ୟରେ ଜିଲ୍ଲାର ସମସ୍ତ ମଣ୍ଡିରେ ପଡି ରହିଥିବା ଧାନକୁ ତୁରନ୍ତ ଉଠାଇବାକୁ କହିଛି କଂଗ୍ରେସ । ଯଦି ଏହା ନହୁଏ, ତେବେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.