ETV Bharat / state

Adani-Hindenburg Row: କେନ୍ଦ୍ର ସରକାର ଉପରେ ବର୍ଷିଲା କଂଗ୍ରେସ

author img

By

Published : Feb 22, 2023, 8:11 PM IST

କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଭବାନୀପାଟଣା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
congress press meet in kalahandi

କେନ୍ଦ୍ର ସରକାର ଉପରେ ବର୍ଷିଲା କଂଗ୍ରେସ

ଭବାନୀପାଟଣା: ଆଦାନୀଙ୍କ ବ୍ୟବସାୟ ନେଇ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ସବୁଆଡେ ରାଜନୀତି ଜୋର ଧରିଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଭବାନୀପାଟଣା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଛି କଂଗ୍ରେସ । ମୋଦିଙ୍କ ଦୁଇ ବନ୍ଧୁ ଆଦାନୀ ଓ ଅମ୍ବାନୀଙ୍କ ହାତରେ ବର୍ତ୍ତମାନ ଦେଶର ସବୁ ଦିଗକୁ କେନ୍ଦ୍ର ସରକାର ନ୍ୟସ୍ତ କରିଦେଲେଣି ବୋଲି ଜିଲ୍ଲା କଂଗ୍ରେସ ଅଭିଯୋଗ ଆଣିଛି ।

କଂଗ୍ରେସର ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ବିଶ୍ୱରେ ବଡ଼ ଠକେଇ ହେଉଛି ଆଦାନୀ ଠକେଇ । ଏହି ଲୁଟରେ ସହଭାଗୀ ଅଛନ୍ତି କେନ୍ଦ୍ରରରେ ଥିବା ବିଜେପି ସରକାର । ଏପରିକି ସଂସଦରେ ଏହି ପ୍ରସଙ୍ଗ ନେଇ ବିରୋଧୀଙ୍କୁ ପ୍ରଶ୍ନ ପଚାରିବାକୁ ଦିଆଯାଉନି ଓ ପଚାରିଲେ ତାହାକୁ କାଟି ଦିଆଯାଇଛି । ଏହି ବଡ଼ ସ୍କାମକୁ ଜେପିସି ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି । ତଦନ୍ତ ହେଲେ କିପରି ଭାରତକୁ ଲୁଟ କରାଯାଉଛି ସାଧାରଣ ଜନତା ତାର ଉଚିତ ଦିଗ ଜାଣିପାରିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ।

ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତ ଏବଂ ସାରା ବିଶ୍ଵରେ ପୁଞ୍ଜି ବଜାରରେ ନିବେଶକମାନେ ବହୁ ଚିନ୍ତାରେ ପଡ଼ିଛନ୍ତି । ଆଦାନୀ ଗ୍ରୁପ ଅଫ କମ୍ପାନୀର ସେୟାରକୁ ଜାଣି ଶୁଣି ବହୁ ମୁଲ୍ୟ ବଢ଼ାଯାଇଛି । ଆଦାନୀ ଗ୍ରୁପର ଋଣ ପରିଶୋଧ କରିବା, ଲିକ୍ବିଡିଟି ସ୍ଥିତି ଏବଂ ସାମଗ୍ରିକ ଆକାଉଣ୍ଟିଂ ନୀତି ନିୟମ ପାଳନ କରାଯାଇନାହିଁ । ଆଦାନୀ ଗ୍ରୁପକୁ ବିଜେପି ସରକାରଙ୍କ ଅନୁକମ୍ପା ଦିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଦାନୀ ଠକେଇକୁ ନେଇ ଜଏଣ୍ଟ ପାର୍ଲିଆମେଣ୍ଟାରି କମିଟି ତଦନ୍ତ କରିବାକୁ ଦାବି କରିଛି । ଏଥି ସହିତ ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ଆବଶ୍ୟକୀୟ ଜିନିଷର ଦରଦାମକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ ।

ସେପଟେ ଝାରସୁଗୁଡା ପୂର୍ବତନ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କୋଶର ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ବିଜୁ ଜନତା ଦଳର ବଡ଼ ବଡ଼ ନେତାଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ କରିଛି କଂଗ୍ରେସ । କଂଗ୍ରେସ ନେତା ଭକ୍ତ ଦାସ କହିଛନ୍ତି, "ଅଭିଯୁକ୍ତ ଗୋପାଳ ଦାସର ଜୀବନ ପ୍ରତି ବିପଦ ଅଛି । ନବ ଦାସ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଥିଲେ । ସେ ବିଜେପି ସହିତ ଏ ସମ୍ପର୍କରେ କଥା ମଧ୍ୟ ହୋଇଥିଲେ । ତେଣୁ ଷଡଯନ୍ତ୍ରର ଶିକାର ହୋଇଛନ୍ତି ନବ ଦାସ ।" ଏହି ଘଟଣାରେ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ5T ସଚିବ ଭିକେ ପାଣ୍ଡିଆନଙ୍କ ସମ୍ପୃକ୍ତି ରହିଥିବା ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.