ETV Bharat / state

କଳାହାଣ୍ଡିରେ ବିଜେଡିର ଶକ୍ତି ପ୍ରଦର୍ଶନ, ମିଶିଲେ ଶିବାଜୀ ମାଝୀ - ମିଶ୍ରଣ ପର୍ବ

ଶିକ୍ଷୟିତ୍ରୀ ମମିତା ମହେର ହତ୍ୟା ଘଟଣାକୁ ନେଇ ଉଠୁଛି ପଡୁଛି ରାଜ୍ୟ । ସରଗରମ ରହିଛି ରାଜ୍ୟ ରାଜ୍ୟନୀତି । ହେଲେ ଜୋରଦାର ଚାଲିଛି ବିଜେଡିର ମିଶ୍ରଣ ପର୍ବ । ଅଧିକ ପଢନ୍ତୁ...

କଳାହାଣ୍ଡିରେ ବିଜେଡିର ଶକ୍ତି ପ୍ରଦର୍ଶନ
କଳାହାଣ୍ଡିରେ ବିଜେଡିର ଶକ୍ତି ପ୍ରଦର୍ଶନ
author img

By

Published : Nov 9, 2021, 7:33 AM IST

Updated : Nov 9, 2021, 8:55 AM IST

ଭବାନୀପାଟଣା: ଶିକ୍ଷୟିତ୍ରୀ ମମିତା ମହେର ହତ୍ୟା ଘଟଣାକୁ ନେଇ ଉଠୁଛି ପଡୁଛି ରାଜ୍ୟ । ସରଗରମ ରହିଛି ରାଜ୍ୟ ରାଜ୍ୟନୀତି । ଗୋଟିଏ ପଟେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ ନେଇ ବିରୋଧୀ ସରକାରଙ୍କୁ ଘେରୁଛନ୍ତି । ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ ହୋଇଛି । ହେଳେ ଶାସକ ଦଳକୁ କିଛି ଫରକ ପଡୁନାହିଁ । ଶାସକ ଦଳ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଆଗରେ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛି।

କଳାହାଣ୍ଡିରେ ବିଜେଡିର ଶକ୍ତି ପ୍ରଦର୍ଶନ

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲା ଜିଲ୍ଲା ବିଜେଡି। କଂଗ୍ରେସ ଓ ବିଜେପିର ୨ ହଜାରରୁ ଊର୍ଦ୍ଧ୍ବ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କର, ଟୁକୁନି ସାହୁ, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ,ବିଜେଡି ସାଙ୍ଗଠନିକ ସଭାପତି ପ୍ରଣବ ପ୍ରକାଶ ଦାସ ସମସ୍ତ ସଦସ୍ୟଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି। ବିଜେଡିର ଏଭଳି ଶକ୍ତି ପ୍ରଦର୍ଶନ ବିରୋଧୀ ଶିବିରରେ ଭଟ୍ଟା ପକାଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ଏସବୁ ଭିତରେ ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶିବାଜୀ ମାଝୀ ବିଧିବଦ୍ଧ ଭାବରେ ବିଜେଡିରେ ମିଶିଛନ୍ତି । ଗତ ୩ ଦିନ ତଳେ କଂଗ୍ରେସ ଛାଡିଥିଲେ ଶିବାଜୀ । ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ଦଳ ଛାଡିଥିବା ନେଇ କହିଛନ୍ତି ଶିବାଜୀ ମାଝୀ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Nov 9, 2021, 8:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.