ETV Bharat / state

ବେଲଗାମ ଦରଦାମ, କଂଗ୍ରେସର ହଲ୍ଲାବୋଲ ପ୍ରତିବାଦ - ବେଲଗାମ ଦରଦାମ

ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ବିରୋଧ କରି କଳାହାଣ୍ଡି ଜିଲ୍ଲା କଂଗ୍ରେସର ହଲ୍ଲାବୋଲ ପ୍ରତିବାଦ ସଭା ଅନୁଷ୍ଠିତ । ବିଜେପି ସରକାରକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଜନ ସାଧାରଣଙ୍କୁ ନିବେଦନ କରିଛି ଦଳ । ଅଧିକ ପଢ଼ନ୍ତୁ

କଂଗ୍ରେସର ହାଲ୍ଲାବୋଲ ପ୍ରତିବାଦ
କଂଗ୍ରେସର ହାଲ୍ଲାବୋଲ ପ୍ରତିବାଦ
author img

By

Published : Aug 24, 2022, 8:39 AM IST

ଭବାନୀପାଟଣା: ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ପ୍ରତିବାଦରେ କଂଗ୍ରେସର ଜିଲ୍ଲାବ୍ୟାପୀ ହଲ୍ଲାବୋଲ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାର ବିଭିନ୍ନ ଜନ ବିରୋଧୀ ନୀତିକୁ ବିରୋଧ କରି ବିଜେପି ସରକାରକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଜନ ସାଧାରଣଙ୍କୁ ନିବେଦନ କରିଛି କଂଗ୍ରେସ । ଦେଶରେ ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ି ଚାଲିଛି । ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ କରିବା ଫଳରେ ଗରିବ ଏବଂ ମଧ୍ୟମ ଶ୍ରେଣୀର ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ।

କଂଗ୍ରେସର ହାଲ୍ଲାବୋଲ ପ୍ରତିବାଦ

ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ହଲ୍ଲାବୋଲର ଆହ୍ବାନ (halla bol protest) ଦିଆଯାଇଛି । ଏନେଇ ମଙ୍ଗଳବାର କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର, ନର୍ଲା, କୋକସରା, ଧର୍ମଗଡ଼, ଜୁନାଗଡ଼ ଭଳି ବିଭିନ୍ନ ବ୍ଲକ ଗୁଡ଼ିକରେ ହାଲ୍ଲାବୋଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅହେତୁକ ଦର ବୃଦ୍ଧି ସହ ଦେଶରେ ବୃଦ୍ଧି ପାଉଥିବା ବେକାରୀ ସମସ୍ୟା ବିରୋଧରେ ଗାଁ ଗାଁରେ ଦଳ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.