ଭବାନୀପାଟଣା: ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଭାରତ ଯୋଡ ପଦଯାତ୍ରା ଜାରି ରହିଛି । ତେବେ ରାହୁଲ ଗାନ୍ଧୀଙ୍କର ଏହି ପଦଯାତ୍ରା ଓଡ଼ିଶାକୁ ଆସିବ ନାହିଁ । କିନ୍ତୁ ଯାତ୍ରାର ଅଶଂବିଶେଷ ସ୍ବରୂପ ରାଜ୍ୟ କଂଗ୍ରେସ ସାରା ରାଜ୍ୟରେ ଭାରତ ଯୋଡ ପଦଯାତ୍ରା କରିବାପାଇଁ ପ୍ରସ୍ତୁତ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି କଂଗ୍ରେସ ପକ୍ଷରୁ ଜୁନାଗଡ଼ରେ ଭାରତ ଯୋଡ ପଦଯାତ୍ରା ଆୟୋଜନ ହୋଇଥିଲା ।
ସଂଗଠନକୁ ସୁଦୃଢ଼ କରିବା ସହିତ ଦଳକୁ ପୁଣି ଥରେ ଶାସନକୁ ଫେରାଇ ଆଣିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ସାରା ଦେଶରେ ଚାଲିଛି ଭାରତ ଯୋଡ ପଦଯାତ୍ରା । ୧୫୦ ଦିନ ବ୍ୟାପି ହେବାକୁ ଥିବା ଏହି ଯାତ୍ରାରେ ଦଳ ୧୦ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରି କାଶ୍ମୀରରେ ପହଞ୍ଚିବା ପରେ ଶେଷ ହେବ । ତେବେ ରାହୁଲ ଗାନ୍ଧୀ ଏହି ପଦଯାତ୍ରାରେ ଓଡ଼ିଶା ଆସୁନଥିବା ବେଳେ ରାଜ୍ୟ କଂଗ୍ରେସ କିନ୍ତୁ ରାଜ୍ୟରେ ଭାରତ ଯୋଡ ପଦଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଆଜି (ଶନିବାର) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ଠାରେ କଂଗ୍ରେସର ଭାରତ ଯୋଡ ପଦଯାତ୍ରା ଆୟୋଜନ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...Dhamnagar By Election: ଲଢିବା ପାଇଁ ଆଗ୍ରହ ଦେଖାଇଲେ ଅନନ୍ତ ସେଠୀ
ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ, ତାରା ପ୍ରସାଦ ବହିନୀପତି, ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀଙ୍କ ସମେତ ଅନେକ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ । ଏଥିରେ କଂଗ୍ରେସ ନେତୃବୃନ୍ଦ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ । ତେବେ ଆସନ୍ତା ଦିନରେ ତୃଣମୂଳସ୍ତରରେ ଦଳକୁ ମଜବୁତ କରିବା ସହ ୨୦୨୪ ନିର୍ବାଚନରେ ୯ରୁ ୯୦ ମିଶନ ପୂରଣ କରି ରାଜ୍ୟରେ କଂଗ୍ରେସ ସରକାର ଗଢିବା ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ ।
ଇଟିଭି ଭାରତ, କଳାହାଣ୍ଡି