ଭବାନୀପାଟଣା: ଧୀରେ ଧୀରେ ସମଗ୍ର ବିଶ୍ୱକୁ କୋରୋନାର କଳା ବାଦଲ ବ୍ୟାପିବାରେ ଲାଗିଛି । ଏହି କୋଭିଡ ୧୯ ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ।
ପଞ୍ଚାୟତ ବ୍ଲକ ଏନଏସି ଓ ମୁନିସିପାଲଟି ସ୍ଥରରେ କୋରୋନା ମୁକାବିଲା ପାଇଁ ସବୁ ପ୍ରସ୍ତୁତ କରାଯାଇଥିବା ବେଳେ ଜିଲ୍ଲାର ବାନ୍ଦୋପଲା ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜକୁ କୋରୋନା ହସ୍ପିଟାଲ ରୂପେ ପ୍ରସ୍ତୁତ କରାଯାଇଛି ।
ଜିଲ୍ଲାର ବିଭିନ୍ନ ସିଏଚସି ଓ ପିଏଚସିକୁ ମାସ୍କ ସାନିଟାଇଜର ଓ ବିଶୋଧନ ସାମଗ୍ରୀ ବଣ୍ଟନ ହୋଇଥିବା ବେଳେ କୋରୋନା ସନ୍ଧିଗ୍ଧ ଚିହ୍ନଟ ପାଇଁ ୪୮ଟି ରାପିଡ ରେସପନ୍ସ ଟିମ ଗଠନ କରାଯାଇଛି ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ