ETV Bharat / state

ପଞ୍ଚାୟତ ନିର୍ବାଚନରେ ମମିତା ନିଆଁ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ - ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ପଞ୍ଚାୟତ ନିର୍ବାଚନ ମାହୋଲରେ ପୁଣି ତେଜିଲା ମମିତା ତାତି । ଦୋଷୀକୁ ଦଣ୍ଡ ଏବଂ ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନରେ ମମିତା ନିଆଁ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

author img

By

Published : Feb 8, 2022, 10:47 PM IST

ଭବାନୀପାଟଣା: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ୪ ମାସ ବିତି ଯାଇଥିଲେ ମଧ୍ୟ ଦୋଷୀକୁ ମିଳିପାରିନି ଦଣ୍ଡ । ଘଟଣାକୁ ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ମମିତାଙ୍କୁ ନ୍ୟାୟ ନ ମିଳିଥିବା ନେଇ ବିରୋଧୀ ସରକାରଙ୍କୁ ଘେରିଛି । ପଞ୍ଚାୟତ ନିର୍ବାଚନ ନେଇ ରାଜନୀତି ସରଗରମ ଥିବାବେଳେ ପୁଣି ତେଜିଛି ମମିତା ତାତି ।

ପଞ୍ଚାୟତ ନିର୍ବାଚନରେ ମମିତା ନିଆଁ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଏହାକୁ ନେଇ ଆଜି(ମଙ୍ଗଳବାର) ଜିଲ୍ଲାବ୍ୟାପି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଭବାନୀପାଟଣା ଠାରେ ଜିଲ୍ଲା କଂଗ୍ରେସ ଭବନ ଠାରୁ କର୍ମୀ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, 5t ସଚିବ ଭିକେ ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଘଟଣାକୁ ୪ ମାସ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମମିତାଙ୍କୁ ନ୍ୟାୟ ନ ମିଳିବା, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ନ କରିବା ଏବଂ ପଞ୍ଚାୟତ ନିର୍ବାଚନରେ ମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ନେଇ ବିରୋଧୀ କରିଛି କଂଗ୍ରେସ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.