ETV Bharat / state

ନବୀନଙ୍କ ମେଗା ମାରାଥନ ପ୍ରଚାର , ଦିନକରେ 2 ଜିଲ୍ଲାରେ ମାଗିଲେ ଭୋଟ - nuapada

ପୁଣି ଥରେ ବିଜୟ ଲକ୍ଷ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ଗୋଟିଏ ଦିନରେ ନୂଆପଡା ଜିଲ୍ଲାର ଦୁଇ-ଦୁଇଟି ଜନସଭାକୁ ସମ୍ବୋଧିତ କରିବା ସହ କଳାହାଣ୍ଡିରେ ୧୬୦ କିଲୋମିଟର ରୋଡ ଶୋ' କରିଛନ୍ତି ନବୀନ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଳାହାଣ୍ଡି
author img

By

Published : Apr 9, 2019, 3:48 AM IST

କଳାହାଣ୍ଡି: ପୁଣି ଥରେ ବିଜୟ ଲକ୍ଷ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ଗୋଟିଏ ଦିନରେ ନୂଆପଡା ଜିଲ୍ଲାର ଦୁଇ-ଦୁଇଟି ଜନସଭାକୁ ସମ୍ବୋଧିତ କରିବା ସହ କଳାହାଣ୍ଡିରେ ୧୬୦ କିଲୋମିଟର ରୋଡ ଶୋ' କରିଛନ୍ତି ନବୀନ । ଏହି ଅବସରରେ ହଜାର ହଜାର ଜନସାଧାରଣ ରାସ୍ତାର ଦୁଇ ପାର୍ଶ୍ୱରେ ରହି ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଳାହାଣ୍ଡି

ରାତିରେ ଅଧରେ ନବୀନଙ୍କ ନିର୍ବାଚନ ପ୍ରଚାର । ହାଇଟେକ ବସରେ ବସି ଗୋଟିଏ ଦିନରେ 2 ଜିଲ୍ଲାରେ ମାରାଥନ ପ୍ରଚାର । ପ୍ରଥମେ ନୂଆପଡା ତା ପରେ କଳାହାଣ୍ଡି । କଳାହାଣ୍ଡିର 7ଟି ବିଧାନସଭା କ୍ଷେତ୍ରରେ ନବୀନ ପ୍ରଚାର କରିବେ । ଦଳୀୟ ପ୍ରାର୍ଥୀଙ୍କୁ ପାଇଁ ମାଗିବେ ଭୋଟ । ଭବାନୀପାଟଣା ରୋଡ ଶୋ କରିବା ସହ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ଏହା ପରେ ନବୀନ ଜଳସଂପଦ ବିଭାଗ ବିଶ୍ରାମ ଗୃହରେ ରାତ୍ରୀ ଯାପନ କରିଛନ୍ତି ।

ଆସନ୍ତା କାଲି ନବୀନ ପୂର୍ବାହ୍ନରେ ମାଣିକେଶ୍ବରୀଙ୍କ ଦର୍ଶନ ପରେ ହେଲିକପ୍ଟର ଯୋଗେ ଲାଞ୍ଜିଗଡ ବିଧାନସଭା ମଠଳୀର ଜୟପାଟଣା ଯିବେ । ସେଠାରେ ଜନସାଧାରଣଙ୍କୁ ସମ୍ବୋଧନ କରିବେ । ଏହା ପରେ ପୁଣି ନର୍ଲା ନିର୍ବାଚନ ମଣ୍ଡଳୀର ତୁଳାପଡାରେ ଜନସାଧରଣଙ୍କୁ ସମ୍ବୋଧନ କରିବା ନେଇ କାର୍ଯ୍ୟକ୍ରମ ରହିଛି ।

ସୋମବାର ନବୀନ ନୂଆପଡାରେ ଓ ଖରିଆରରେ ଜନସଭା କରିବା ସହ ସିନାପାଲିଠାରୁ ଆରମ୍ଭ କରିଥିଲେ ରୋଡ ଶୋ । ସିନାପାଲି, ଗୋଲାମୁଠାରେ ରୋଡ ଶୋ କରିବା ସହ ଧର୍ମଗଡଠାରେ ଜନସାଧାରଣଙ୍କୁ ସ୍ୱତନ୍ତ୍ର ବସ ମଧ୍ୟରୁ ସମ୍ବୋଧନ କରିଥିଲେ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.