ETV Bharat / state

ତଳଜାରିଂରେ ଶିଳ୍ପ ପ୍ରତିଷ୍ଠାନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଲାଭବାନ ହେବେ ସ୍ଥାନୀୟ ଲୋକେ - ଇଥାନଲ ପ୍ଲାଣ୍ଟ

କଳାହାଣ୍ଡି ଜିଲ୍ଲାରେ ୧୫୦୦ରୁ ଅଧିକ କୋଟି ବ୍ୟୟରେ ୩ଟି ଶିଳ୍ପାନୁଷ୍ଠାନ ସ୍ଥାପିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଭିଡିଏ କନଫରେନ୍ସିଂ ମାଧ୍ୟମରେ ଇଥାନଲ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି । ଅଧିକ ପଢନ୍ତୁ

Ethanol plant at Talajaring of Kalahandi

author img

By

Published : Feb 19, 2023, 7:00 PM IST

ତଳଜାରିଂରେ ଶିଳ୍ପ ପ୍ରତିଷ୍ଠାନର ଶିଳାନ୍ୟାସ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗଢି ଉଠିବାକୁ ଯାଉଛି ଶିଳ୍ପ ପ୍ରତିଷ୍ଠାନ । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳ୍ପ ପ୍ରତିଷ୍ଠାନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ୩ଟି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଇଡ଼କୋକୁ ୧୬୦ ଏକର ଜମି ହସ୍ତାନ୍ତର କରିଥିବା ବେଳେ ପ୍ରାୟ ୧୫୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯାଉଥିବା ଜଣାପଡ଼ିଛି । ଏହି ଶିଳ୍ପାନୁଷ୍ଠାନ ଗଢି ଉଠିବା ପରେ ଜିଲ୍ଲାର ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ସ୍ଥାନୀୟ ଯୁବପିଢି ନିଯୁକ୍ତି ପାଇବେ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟ ସରକାର ମେକ ଇନ ଓଡ଼ିଶା ମାଧ୍ୟମରେ ଦେଶ ତଥା ଦେଶ ବାହାରର ଅନେକ କମ୍ପାନୀକୁ ଆଣି ରାଜ୍ୟରେ ପୁଞ୍ଜି ନିବେଶ କରାଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠାନ ଗଠି ଉଠିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି । ତେବେ ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତଳଜାରିଙ୍ଗ ଅଞ୍ଚଳର ବିକାଶକୁ ନେଇ ଏଠାରେ ସ୍ଥାପନ ହେବାକୁ ଯାଉଛି ଶିଳ୍ପ ପ୍ରତିଷ୍ଠାନ । କଳାହାଣ୍ଡି ଜିଲ୍ଲା ଧାନଶସ୍ୟ ଉତ୍ପାଦନରେ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାରୀ କରିଥିବା ବେଳେ ଅନେକ ସମୟରେ ମଣ୍ଡି ଚାଷୀ ଧାନ ବିକ୍ରି କରିନପାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ହେଲେ ଏବେ ଚାଷୀଙ୍କ ସେହି ସମସ୍ୟା ସମସ୍ୟାର ସାମାଧାନ ସହ ଜିଲ୍ଲାର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଜିଲ୍ଲାରେ ସ୍ଥାପନ ହେବାକୁ ଯାଉଛି ଇଥାନଲ ପ୍ଲାଣ୍ଟ । ଏହି ପ୍ଲାଣ୍ଟରେ ଚାଷୀଙ୍କ ଠାରୁ ବକେୟା ଧାନକୁ କ୍ରୟ କରି ସେଠାରୁ ପଟାସ ସାର ବାହାର କରି ରାଜ୍ୟ ଓ ରାଜ୍ୟ ବାହାରକୁ ଯୋଗାଣ କରିବ ଏହି କମ୍ପାନୀ । ଏହାସହ ଅଞ୍ଚଳର ଅନେକ ବେରୋଜଗାର ଯୁବକ ଯୁବତୀ ଏହି କମ୍ପାନୀରେ ନିଯୁକ୍ତ ହେବେ । ଫଳରେ ଅଞ୍ଚଳରେ ବିକାଶ ହେବ ବୋଲି ଶିଳାନ୍ୟାସ ସଭାରେ ସୂଚନା ଦେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳ ।

ଏହା ବି ପଢନ୍ତୁ- ଇଡ଼କୋର ଜମି ଅଧିଗ୍ରହଣକୁ ବିରୋଧ, କମ୍ପାନୀ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ

ସରକାର ୩ଟି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଇଡକୋକୁ ୧୬୦ ଏକର ଜମି ହସ୍ତାନ୍ତର କରିଛନ୍ତି । ଏଠାରେ ୧୫ ଶହ କୋଟିରୁ ଅଧିକ ଟଙ୍କାରେ ୩ଟି ଶିଳ୍ପ ପ୍ରତିଷ୍ଠା କରାଯିବ । ସେଥିମଧ୍ୟରୁ ଇଡକୋ ପ୍ରଥମ ପର୍ଯ୍ୟାୟରେ ଇଥାନଲ୍‌ ପ୍ଲାଣ୍ଟ ନିର୍ମାଣ ପାଇଁ ୩୮ ଏକର ଜମି ପ୍ରଦାନ କରିଛନ୍ତି । ଯାହାର ଭୂମିପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇଣ୍ଡିଆନ ପଟାସ ଲିମିଟେଡ ଓ ସାଓ ବ୍ରିୱେରିଜ ଏଣ୍ଡ ଡିଷ୍ଟିଲେରିଜ ଲିମିଟେଡଇଥାନଲ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ।

ତେବେ ଏହି ଶିଳାନ୍ୟାସ ଉତ୍ସବରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ, ଧର୍ମଗଡ଼ ଉପଜିଲ୍ଲାପାଳ ବେଦ ଭୂଷଣଙ୍କ ସମେତ କମ୍ପାନୀ କର୍ତ୍ତୃପକ୍ଷ ଓ ଶତାଧିକ ଚାଷୀ ଉପସ୍ଥିତ ଥିଲେ । ଏହି ଇଥାନଲ ପ୍ରକଳ୍ପ ୨୦୦ କେଏଲପିଡି କ୍ଷମତା ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୫୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କମ୍ପାନୀ ବ୍ୟୟ ଅଟକଳ କରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.