ETV Bharat / state

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

author img

By

Published : Dec 12, 2019, 3:06 PM IST

ଗୁରୁବାର କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀମାନେ ବେତନ ସମସ୍ୟାକୁ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି ।

strike
ଫଟୋ ସୌଜନ୍ୟ:ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଗୁରୁବାର କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀମାନେ ବେତନ ସମସ୍ୟାକୁ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଜିଲ୍ଲାର ୧୩ ଗୋଟି ବ୍ଲକ ନିର୍ଭର କରୁଥିବାବେଳେ ପ୍ରତିଦିନ ଶହଶହ ସଂଖ୍ୟାରେ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି । ତେବେ ଚିକିତ୍ସାଳୟକୁ ସଫା ରଖିବା ପାଇଁ ଏଲଆଣ୍ଡକେ ସର୍ଭିସ୍ ନାମକ ଏକ ଘରୋଇ ସଂସ୍ଥା ଟେଣ୍ଡର ପାଇ ପ୍ରାୟ ୫୦ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ନିୟୋଜିତ କରିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଳାହାଣ୍ଡି

ହେଲେ ଏହି କର୍ମଚାରୀମାନେ ନିଜ ବେତନ ଠିକ୍ ଭାବରେ ପାଉନଥିବା ଅଭିଯୋଗ କରିଥିବାବେଳେ ସେମାନଙ୍କୁ ଇପିଏଫ ଟଙ୍କା ମଧ୍ୟ ମିଳୁନାହିଁ । ଏଥିସହ ସେମାନଙ୍କ ଦରମା ୯୦୦୯ ଟଙ୍କା ସ୍ଥିର ହୋଇଥିବାବେଳେ ସେମାନଙ୍କୁ ସମ୍ପୃକ୍ତ ସଂସ୍ଥା ୬୦୦୦ ଟଙ୍କା ଦେଉଛି । ଯାହା ଫଳରେ ସଫେଇ କର୍ମଚାରୀ ନିଜର ହକ୍ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ଏନେଇ ଗୁରୁବାର ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ନିଜର ହକ୍ ନପାଇବା ପର୍ଯ୍ୟନ୍ତ କାର୍ଯବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro: ଚିକିତ୍ସାଳୟର ସଫେଇ କର୍ମଚାରୀଙ୍କ ବେତନ ସମସ୍ୟା କୁ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ।
କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଜିଲ୍ଲାର ୧୩ ଗୋଟି ବ୍ଲକ ନିର୍ଭର କରୁଥିବା ବେଳେ ପ୍ରତିଦିନ ଶହଶହ ସଂଖ୍ୟାରେ ରୋଗୀ ଏହି ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି । ଚିକିତ୍ସାଳୟକୁ ସଫା ରଖିବା ପାଇଁ ଏଲ ଏଣ୍ଡ କେ ସର୍ଭିସ୍ ନାମକ ଏକ ଘରୋଇ ସଂସ୍ଥା ଟେଣ୍ଡର ପାଇ ପ୍ରାୟ ୫୦ ରୁ ଉର୍ଦ୍ଧ କର୍ମଚାରୀଙ୍କୁ ନିୟୋଜିତ କରିଛି । Body:ହେଲେ ଏହି କର୍ମଚାରୀ ମାନେ ନିଜ ବେତନ ଠିକ୍ ଭାବରେ ପାଉନଥିବା ଅଭିଯୋଗ ହେଉଥିବା ବେଳେ ଇପିଏଫ ଟଙ୍କା ମଧ୍ୟ ମିଳୁନାହିଁ। ୯୦୦୯ ଟଙ୍କା ଦରମା ମିଳୁଥିବା ବେଳେ କିନ୍ତୁ ସଂମ୍ପୃକ ସଂସ୍ଥା ୬୦୦୦ ଟଙ୍କା ଦେଉଛି ଯାହା ଫଳରେ ସଫେଇ କର୍ମଚାରୀ ନିଜର ହକ୍ ପାଇବାରୁ ବଞ୍ଚିତ ରହୁଥିବା ଅଭିଯୋଗ କରୁଥିବା ବେଳେ ନିଜର ହକ୍ ନପାଇବା ପର୍ଯ୍ୟନ୍ତ କାର୍ଯବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି।
Conclusion:ବାଇଟ - ଲଖମି ଦୁର୍ଗା (ଆନ୍ଦୋଳନକାରୀ)
ବାଇଟ -ରୋହିତ ସାଗର (ଆନ୍ଦୋଳନକାରୀ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.