ETV Bharat / state

କଳାହାଣ୍ଡି ଜଙ୍ଗଲରେ ଛତିଶଗଡ଼ STFର ଚଢ଼ାଉ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

author img

By

Published : Jun 26, 2023, 10:04 AM IST

କଳାହାଣ୍ଡି ଜିଲ୍ଲାର ଦକ୍ଷିଣ ବନଖଣ୍ଡ ଅଞ୍ଚଳରେ ଛତିଶଗଡ଼ ଏସଟିଏଫ ଟିମର ଚଢ଼ାଉ । ଏଥିରେ ବନ୍ଧୁକ ତିଆରି ସାମଗ୍ରୀ ସହ ବନ୍ୟଜନ୍ତୁଙ୍କ ମାଂସ ଓ କଙ୍କାଳ ଜବତ ହୋଇଛି । ଅଧିକ ପଢ଼ନ୍ତୁ

chhatisgarh stf raid in kalahandi forest
କଳାହାଣ୍ଡି ଜଙ୍ଗଲରେ ଛତିଶଗଡ଼ STFର ଚଢ଼ାଉ
କଳାହାଣ୍ଡି ଜଙ୍ଗଲରେ ଛତିଶଗଡ଼ STFର ଚଢ଼ାଉ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ସକ୍ରିୟ ହୋଇଛି ବେଆଇନ ବନ୍ଧୁକ ତିଆରି କାରବାର ଏବଂ ଜଙ୍ଗଲୀ ଜନ୍ତୁ ଶିକାର । ଦକ୍ଷିଣ ବନଖଣ୍ଡ ଅଞ୍ଚଳର ସାହାଜ ଖୋଲ ଏବଂ ଢୁଲୁଘାଟି ସଂରକ୍ଷିତ ଜଙ୍ଗଲ ମାନଙ୍କରେ ବେଆଇନ ବନ୍ଧୁକ ତିଆରି କରିବା ସହ ଜଙ୍ଗଲୀ ଜନ୍ତୁଙ୍କ ଶିକାର ବୃଦ୍ଧି ପାଇବାରେ ଲାଗିଥିବା ଲାଗିଛି । କଳାହାଣ୍ଡି ଜିଲ୍ଲାରେ ତିଆରି ହୋଇ ଛତିଶଗଡ଼କୁ ଚାଲାଣ ହେଉଛି । ଯାହାକୁ ନେଇ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଚଢ଼ାଉ କରିଛି ଛତିଶଗଡ଼ ଏସଟିଏଫ ।

ଗତ ଗତ ୨୧ ତାରିଖ ଦିନ ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁରେ ବେଆଇନ ବନ୍ଧୁକ ତିଆରି କରାଯାଉଥିବା ନେଇ ଛତିଶଗଡ଼ ଏସଟିଏସ ଖବର ପାଇଥିଲା । ଏହାପରେ ଜିଲ୍ଲା ଦକ୍ଷିଣ ବନଖଣ୍ଡ ସାହାଯ୍ୟରେ ଗାଁର ପ୍ରାୟ ୨୫ ଜଣଙ୍କ ଘରେ ଚଢ଼ାଉ କରିଥିଲା । ଯେଉଁଥିରେ ଅନେକ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିବା ସହ ବେଆଇନ ବନ୍ଧୁକ ତିଆରିରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଉଠାଇ ଆଣିଥିଲା ଛତିଶଗଡ଼ ଏସଟିଏଫ । ଏହି କ୍ରମରେ ଗତ ଦୁଇ ଦିନ ଧରି କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସମେତ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ଥିବା ସାହାଜ ଖୋଲ ସଂରକ୍ଷିତ ଜଙ୍ଗଲର ଖଲିଗଡ଼ ଗାଁରେ ଛତିଶଗଡ଼ ଏସଟିଏଫ ସମେତ ଉଦନ୍ତି ସୀତା ନଦୀ ବ୍ୟାଘ୍ର ପ୍ରକଳ୍ପର ଆଣ୍ଟି ପୋଚିଂ ସ୍କ୍ୱାର୍ଡ ଏବଂ କଳାହାଣ୍ଡି ବନ ବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲା । ସ୍ଥାନୀୟ ବନ ସୁରକ୍ଷା ସମିତି ସଭାପତି ତୀର୍ଥ ପୂଜାରୀଙ୍କ ସମେତ ତାଙ୍କର ଜଣେ ସହଯୋଗୀଙ୍କ ଘରେ ଚଢ଼ାଉ କରିଥିଲା ଏହି ସ୍ୱତନ୍ତ୍ର ଟିମ ।

ଚଢ଼ାଉ ସମୟରେ ଜନ୍ତୁ ଶିକାରରେ ବ୍ୟବହୃତ ଅନେକ ସାମଗ୍ରୀକୁ ଜବତ ହୋଇଛି । ଏହି ଘଟଣାରେ ଏସଟିଏଫର ସ୍ୱତନ୍ତ୍ର ଟିମ ବନ ସୁରକ୍ଷା ସମିତି ସଭାପତି ସମେତ ଦୁଇ ଜଣଙ୍କୁ ଉଠାଇ ଆଣିଥିଲା । ପରେ ସାହାଜ ଖୋଲ ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ଗାଁରୁ ଚଢ଼ାଉ କରି ବନ୍ଧୁକ ତିଆରି ସାମଗ୍ରୀ, ୬ଟି ବନ୍ଧୁକ ଓ ଧନୁତୀର, ଓ ଜଙ୍ଗଲୀ ଜନ୍ତୁ, ଗୋ ମାଂସ ସମେତ କଙ୍କାଳ ଜବତ ହୋଇଥିବା ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କ ସୂଚନା ଦେଇଛନ୍ତି । ତେବେ ଏହି ଚେର କଳାହାଣ୍ଡିର କେଉଁ କେଉଁ ଅଞ୍ଚଳରୁ ଛତିଶଗଡ଼କୁ ଲମ୍ବିଛି ତାର ତଦନ୍ତ ଆରମ୍ଭ କରିଛି ଛତିଶଗଡ଼ ଏସଟିଏଫ । ଏନେଇ ଦକ୍ଷିଣ ବନଖଣ୍ଡ ଅଧିକାରୀ ଗଜାନନ ଲାଡେ କହିଛନ୍ତି ଯେ, "ଜିଲ୍ଲାର ମଙ୍ଗଳପୁର ଠାରୁ ଆରମ୍ଭ କରି ଆମପାଣି ଥାନା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏଭଳି ବେଆଇନ କାରବାର ଚାଲୁଥିବା ଖବର ମିଳିଛି । ଏହାର ତଦନ୍ତ କରି ଖୁବ ଶୀଗ୍ର ଏହା ଉପରେ ଲଗାଯିବ ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.