ETV Bharat / state

ବସନ୍ତ ସାଥିରେ ଆସିଛି ବଉଳ, ପେନ୍ଥା ପେନ୍ଥା ପହିଲି ଆମ୍ବ ବଉଳର ମହକରେ ମହକୁଛି କଳାହାଣ୍ଡି - ବଉଳ ମହକରେ ମହକୁଛି କଳାହାଣ୍ଡି

ବିଦାୟ ନେଇଛି ଶୀତ, ଫେରିଛି ଫଗୁଣ । ଆମ୍ବ ଗଛରେ ପେନ୍ଥାପେନ୍ଥା ଝୁଲୁଥିବା ବଉଳ ଚଉଦିଗକୁ ମହକାଇ ଦେଉଛି । ଋତୁରାଜ ବସନ୍ତର ଆଗମନରେ ପ୍ରକୃତିର ଗନ୍ତାଘର କଳାହାଣ୍ଡିର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଛି । ଅଧିକ ପଢ଼ନ୍ତୁ

ବଉଳ ମହକରେ ମହକୁଛି କଳାହାଣ୍ଡି
mango flower sowing in kalahandi
author img

By

Published : Feb 21, 2023, 11:01 PM IST

ବସନ୍ତ ଆଗମନରେ ହସୁଛି ଧରା

ଭବାନୀପାଟଣା: ଋତୁରାଜ ବସନ୍ତର ଆଗମନରେ ହସି ଉଠୁଛି ପ୍ରକୃତିରାଣୀ । ପହିଲି ଆମ୍ବ ବଉଳର ମହୁଲି ବାସ୍ନାରେ ପ୍ରକୃତି ମନରେ ଉନ୍ମାଦନା ସୃଷ୍ଟି ହୋଉଛି । ମୃଦୁ ମଳୟ ସାଙ୍ଗକୁ କୋଇଲିର କୁହୁକୁହୁ ରାବ ପରିବେଶରେ ଏକ ପ୍ରେମର ବାର୍ତ୍ତା ଦେଉଛି । ପତ୍ରଝଡ଼ା ପରେପରେ ବୃକ୍ଷରାଜି ନବପଲ୍ଲବ ଧାରଣ କରୁଛନ୍ତି । ଫଗୁଣ ମାସରେ ଆମ୍ବଗଛରେ ପେନ୍ଥାପେନ୍ଥା ହୋଇ ଝୁଲୁଥିବା ବଉଳ ନିଜକୁ ପୁଷ୍ପବତୀ ଫଳବତୀ କରିବାକୁ ପ୍ରସ୍ତୁତ ହେଉଛନ୍ତି । ପ୍ରକୃତିର କୋଳରେ ସଜେଇ ହୋଇଥିବା ବଉଳର ମହମହ ବାସ୍ନା ଆନମନା ଭରି ଦେଉଛି ।

ଏହା ମଧ୍ୟ ପଢ଼ନ୍ତୁ: ପାତାପର୍ବକୁ ନେଇ ଉତ୍ସବମୁଖର ବୋବେଇଯୋଡା ଗାଁ, ସ୍ଵଚ୍ଛତା ସାଙ୍ଗକୁ ଦେଲେ ପରମ୍ପରାର ବାର୍ତ୍ତା

ପ୍ରକୃତିର ଗନ୍ନାଘର କଳାହାଣ୍ଡି ଜିଲ୍ଲା । ବସନ୍ତର ଆଗମନରେ ରାସ୍ତା କଡ଼ରେ ଥିବା ଆମ୍ବ ଗଛ ଗୁଡିକରେ ବଉଳ ଆସିଛି । ଆମ୍ବ ଗଛରେ ପେନ୍ଥାପେନ୍ଥା ଝୁଲୁଥିବା ବଉଳ ସମ୍ପୂର୍ଣ୍ଣ ପରିବେଶକୁ ମହକାଇ ଦେଉଛି । ଯାହା ଅତ୍ୟନ୍ତ ମନୋରମ ଓ ହୃଦୟସ୍ପର୍ଶୀ । ଏହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ବାଟରେ ଯାଉଥିବା ପଥିକ ଟିଏ ବି ଘଡ଼ିଏ ଅଟକି ଯାଉଛି । କ୍ଳାନ୍ତି ଦୂର ପାଇଁ ବାଟୋଇଟିଏ ଗଛ ମୂଳେ କ୍ଷଣିଟିଏ ବସି ପଡିଲେ ମନରେ ଅସୁମାରୀ ଶାନ୍ତି ଆସି ଯାଉଛି । ଆମ୍ବ ବଉଳର ବାସ୍ନା ସାଙ୍ଗକୁ କୋଇଲିର କୁହୁକୁହୁ ସ୍ବର ଆବାଳବୃଦ୍ଧ ବନିତାଙ୍କୁ ଆନମନା କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: Naba Das Murder Case: ନବ ଦାସ ହତ୍ୟାକାଣ୍ଡ ଘଟଣା ବିଜେଡି ମ୍ୟାଟର୍ ନୁହେଁ: ବିରୋଧୀ ଦଳ ନେତା

ସେପଟେ ଫାଲଗୁଣ ଧାରାରେ କବି ଲେଖନୀରୁ କବିତା ଝରିପଡୁଛି । ଏହା ଖାଲି ମଣିଷ ନୁହେଁ, ପଶୁପକ୍ଷୀ ଜୀବଜନ୍ତୁଙ୍କ ମନକୁ ମଧ୍ୟ ଚଳଚଞ୍ଚଳ କରିଦେଉଛି । କୋଇଲିର ପଞ୍ଚମ ରାଗିଣୀ ସହ ବଉଳର ଖିଲିଖିଲି ହସ ସତେ ଯେମିତି ସେହି ପିଲାଦିନକୁ ଫେରାଇ ଦେଉଛି । ପ୍ରକୃତିର ସୌନ୍ଦର୍ଯ୍ୟ ସହ ମିଳେ ସ୍ଵର୍ଗୀୟ ସୁଖର ଅନୁଭୂତି । ହେବନି ବା କେମିତି, ବସୁଧାକୁ ରଙ୍ଗ ଲଗାଇବା ପାଇଁ ବସନ୍ତ ସାଧିରେ ବଉଳକୁ ନେଇ ଆସିଛି । ଆଉ ଏହି ଦୃଶ୍ୟ ଦେଖି ମଣିଷ କିଛି ସମୟ ପାଇଁ ଭୁଲି ହୋଇଯାଏ ସବୁ ଦୁଃଖ ଯନ୍ତ୍ରଣା । ଆଉ ଭରି ଦେଇଛି ନୂଆ ଉନ୍ମାଦନା । ଜୀବନର ଦୁଃଖ, ନୈରାଶ୍ୟ, ହତାଶା ତଥା ସ୍ବପ୍ନ ଭଙ୍ଗାଜୀବନରେ ପ୍ରକୃତିର ଶୋଭାରାଜି ଯେ ବଞ୍ଚିବାର ରାସ୍ତା ଦେଖାଇବାରେ ସମର୍ଥ, ଏକଥାକୁ କେହି ଅସ୍ବୀକାର କରିପାରିବେନି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.