ETV Bharat / state

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ଗିରଫ - ଏସପି ଶ୍ରବନ ବିବେକ

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ । ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ । ଅଧିକ ପଢନ୍ତୁ...

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ଗିରଫ
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ଗିରଫ
author img

By

Published : Jul 25, 2021, 9:02 AM IST

ଭବାନୀପାଟଣା: କଳାହାଣ୍ଡି ପାଲଟିଛି ଗଞ୍ଜେଇ ମାଫିଆଙ୍କ ପେଣ୍ଠସ୍ଥଳୀ । ପୋଲିସ ପଞ୍ଝାରେ ଏବେ ଗଞ୍ଜେଇ ମାଫିଆ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ଗିରଫ

ସୂଚନା ଅନୁଯାୟୀ ଭବାନୀପାଟଣାରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷସୁତ୍ରରୁ ଖବର ପାଇଥିଲେ କଳାହାଣ୍ଡି ଏସପି ଶ୍ରବନ ବିବେକ। ଏନେଇ ଏସପିଙ୍କ ନିର୍ଦେଶକ କ୍ରମେ କେସିଙ୍ଗା ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି କେସିଙ୍ଗା ସହରରେ ଏକ ଜାଲ ନମ୍ବର ଥିବା କାରଟିକୁ ଯାଞ୍ଚ ସମୟରେ କାର ମଧ୍ୟରେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା ।

ତେବେ କାରଟିକୁ ପୋଲିସ ଜବତ କରି ବିପୁଳ ପରିମାଣର ଗଞ୍ଜେଇ ସହ ୨ଜଣ ଗଞ୍ଜେଇ ମାଫିଆଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି । ତେବେ ଚେକପୋଷ୍ଟ ମାନଙ୍କରେ ଯାଞ୍ଚ ଅଭାବରୁ ଏପରି ମାଫିଆ ମାନେ ଖସି ଯାଉଥିବାର ମଧ୍ୟ ନଜିର ରହିଛି ଫଳରେ କଳାହାଣ୍ଡି ଦେଇ ଯାଇଥିବା ଏନଏଚ ୨୬ ଏବେ ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପଲଟିଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.