ETV Bharat / state

ଦୁର୍ଘଟଣାରେ ପରିବାରର 3 ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ - accident in kalahandi

ବସ-ବାଇକ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଘଟଣାସ୍ଥଳରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ ଘଟିଛି। ଅଧିକ ପଢନ୍ତୁ...

ଦୁର୍ଘଟଣାରେ ପରିବାରର 3 ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

author img

By

Published : Mar 5, 2021, 7:27 AM IST

Updated : Mar 5, 2021, 8:29 AM IST

ଭବାନୀପାଟଣା: ବସ-ବାଇକ ମୁହାଁମୁହିଁ ଧକ୍କା। ଘଟଣାଟି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକ ଡୁଙ୍ଗୁରିଗୁଡାରେ ଘଟିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ ଘଟିଛି। ସୂଚନା ଥାଉକି, ଗୁରୁବାର କେଗାଁରୁ କେସିଙ୍ଗା ଅଭିମୁଖେ ଯାଉଥିବା ଜୟ ଜଗନ୍ନାଥ ବସ ଡୁଙ୍ଗୁରିଗୁଡା ନିକଟରେ ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣାରେ ପରିବାରର 3 ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ଫଳରେ ବାଇକ ଚାଳକ ଓ ବାଇକରେ ବସିଥିବା ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାଇକରେ ବସିଥିବା ଛୋଟ ଝିଅ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ସେହି ଛୋଟ ପିଲାଟିର ମଧ୍ୟ ମୃତ୍ୟୁ ହୋଇଥିଲା।

ସେପଟେ କ୍ଷତିପୂରଣ ଦାବୀରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବା ଦାବିରେ ଗ୍ରାମବାସୀ ଧର୍ମଗଡ଼ ସିନାପାଲି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ଯାନବାହନ ଅଟକି ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା ଜାରି ରଖିଛି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Last Updated : Mar 5, 2021, 8:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.