ETV Bharat / state

ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ, ଯାତାୟାତ ଠପ୍

ଲଗାଣ ବର୍ଷାରେ ଧାେଇଗଲା ପୋଲ । ଠପ୍ ହୋଇଗଲା ଯାତାୟାତ । ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ଅଧିକ ପଢ଼ନ୍ତୁ

author img

By

Published : Jul 12, 2022, 10:40 PM IST

ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ, ଯାତାୟାତ ପୁରା ଠପ୍

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨ଶହ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ସର୍ବାଧିକ ୧୭୧.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଭବାନୀପାଟଣା ଧର୍ମଗଡ଼ ଜାତୀୟ ରାଜପଥ (୧୩୦ସି) ବଡ଼ବସୁଲ ନିକଟରେ ଥିବା ହାଲୁର ନାଳର ଅସ୍ଥାୟୀ ପୋଲି ଭୁଶୁଡି ଯିବାରୁ ଯାତାୟତ ଠପ ହୋଇଯାଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନାଳରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଗମନାଗମ ପାଇଁ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା । ହେଲେ ଲଗାଣ ବର୍ଷା ଯୋଗୁଁ ପୋଲଟି ଧୋଇ ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.