ETV Bharat / state

ଆଦିବାସୀ ଅଞ୍ଚଳ ପୋଇଗୁଡାକୁ ଗଡୁନି ପ୍ରଶାସନର ବିକାଶ ରଥ

ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ପୋଇଗୁଡା ଗାଁ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡେ ନାହିଁ। ପ୍ରତ୍ୟେକ ଦିନ ବଣ ଜଙ୍ଗଲ ଓ ପାଣି ସହ ସଙ୍ଘର୍ଷ କରୁଛନ୍ତି ଏଠାକାର ବାସିନ୍ଦା। ଅଧିକ ଖବର ପଢନ୍ତୁ...

ଆଦିବାସୀ ଅଞ୍ଚଳ ପୋଇଗୁଡାକୁ ଗଡୁନି ପ୍ରଶାସନର ବିକାଶ ରଥ
author img

By

Published : Nov 20, 2019, 3:27 PM IST

କଳାହାଣ୍ଡି: ଗ୍ରାମାଞ୍ଚଳର ବିକାଶରେ ଦେଶର ବିକାଶ। ଏନେଇ ସରକାର ଆରମ୍ଭ କରିଛନ୍ତି ମାଳମାଳ ଯୋଜନା ଓ ଖର୍ଚ୍ଚ ହେଉଛି ପୁଳାପୁଳା ଟଙ୍କା। ତଥାପି ଅବହେଳିତ ଅବସ୍ଥାରେ ରହିଯାଇଛି ଅନେକ ଗାଁ । ସେଥିମଧ୍ୟରେ ଆଦିବାସୀ ଅଧ୍ୟୁଷିତ ପୋଇଗୁଡା ଗାଁକୁ ଦେଖିଲେ ବାରି ହୋଇପଡେ ବିକାଶର ଅପରିବର୍ତ୍ତିତ ନଗ୍ନ ଚିତ୍ର। ସ୍ବାଧୀନତା ପୂର୍ବରୁ ଗାଁର ଅବସ୍ଥା ଯାହା ଥିଲା, ଏବେବି ସେମିତି ରହିଛି। ନାଁ ଅଛି ଖଣ୍ଡେ ପକ୍କା ରାସ୍ତା ନାଁ ଅଛି ପାନୀୟ ଜଳ ବ୍ୟବସ୍ଥା। ଆଉ ଏଭଳି ଅବ୍ୟବସ୍ଥା ମଧ୍ୟରେ ଶିକ୍ଷା ଓ ସ୍ବାସ୍ଥସେବା କଥା ତ ନକହିବା ଭଲ।

କଳାହାଣ୍ଡି ଜିଲ୍ଲାର, ଥୁଆମୂଳ ରାମପୁର ବ୍ଲକ ଅଧୀନରେ ଥିବା ଏହି ଗାଁ ପିଡିଏସ ପାଇଁ ପଞ୍ଚାୟତ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ବ୍ଲକଠାରୁ ଗାଁ ମାତ୍ର 3କିଲୋମିଟର, ହେଲେ ପୋଲ ନଥିବାରୁ ଯାତାୟତ ପାଇଁ ଆଣ୍ଠୁଏ ଆଣ୍ଠୁଏ ପାଣିରେ ଯିବାଆସିବା କରି ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ।

ଆଦିବାସୀ ଅଞ୍ଚଳକୁ ଗଡୁନି ବିକାଶର ରଥ,ପୋଇଗୁଡାକୁ ଭୁଲିଗଲେ ପ୍ରଶାସନ

ଆଉ ବର୍ଷା ତ ସତେ ଯେମିତି ଏମାନଙ୍କ ବଇରୀ । ଅସରାଏ ବର୍ଷା ଲୋକଙ୍କ ପାଇଁ ନେଇଆସେ ଅସରନ୍ତି ଦୁଃଖ। ପୋଇଗୁଡାବାସୀ କଳାହାଣ୍ଡି ଜିଲ୍ଲାର ବାସିନ୍ଦା ସତ ହେଲେ ସରକାରୀ ଯୋଜନା ସତେ ଯେପରି ଏମାନଙ୍କ ପାଇଁ ସାତ ସପନ । ନେତାଙ୍କୁ ବି ଏ ଗାଁ କଥା ମନେ ପଡେ ହେଲେ କେବଳ ଭୋଟ ବେଳେ। ସେପଟେ ଗାଁର ବିକାଶ ଓ ପୋଲ ନିର୍ମାଣ ଦିଗରେ ଯଥାସମ୍ଭବ ଉଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଲାଞ୍ଜିଗଡ ବିଧାୟକ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:ପ୍ରଶାସନିକ ଦ୍ରୁଷ୍ଟି ଆଢୁଆଳ ରେ ପୋଇଗୁଡା ଗାଁ
ଗାଁ କୁ ଚାଲ ଗାଁ କୁ ଗଢ ଏଭଳି ସ୍ଲୋଗାନ ନେଇ ସରକାର ଗାଁ ର ବିକାଶ ପାଇଁ ପ୍ରସ୍ତୁତ କରୁଛନ୍ତି ଅନେକ ଯୋଜନା ଆଉ ଖର୍ଚ ହେଉଛି ଅନେକ ଟଂକା ହେଲେ କଳାହାଠି ଜିଲ୍ଲା ର ଆଦିବାସୀ ଅଧୁଷିତ ଥୁଆମୂଳ ରାମପୁର ବ୍ଲକ ର ପୋଇଗୁଡା ଗାଁ କୁ ଦେଖିଲେ ବାରି ହୁଏ ଏଠି କେତେ କାର୍ଯକାରୀ ହୋଇଛି ସରକାରୀ ଯୋଜନା ।
ଭିଓ-୧-ଏ ହେଉଛି ପୋଇଗୁଡା ଗାଁ ।ଆଉ ଏହେଉଛି ଗାଁ କୁ ଯିବା ପାଇଁ ଥିବା କଚ୍ଚା ରାସ୍ତା । ଜିଲ୍ଲା ର ଥୁଆମୂଳ ରାମପୁର ବ୍ଲକ ଅଧୀନ ରେ ଥିବା ଏହି ଗାଁ ସବୁବେଳେ ନିର୍ଭରଶୀଳ ବ୍ଲକ ମୂଖ୍ୟାଳୟ ଉପରେ । ସେ ସ୍ୱାସ୍ଥ୍ୟ,ଶିକ୍ଷା ଅବା ନିତିଦିନିଆ ଆବଶ୍ୟକିୟ ସାମଗ୍ରୀ ହେଉ ।ସବୁଠୁ ଏବେ ଏହି ଗାଁ ପାଇଁ ରହିଛି ରାସ୍ତା ସମସ୍ୟା ।ଭଲ ରାସ୍ତା ସହ ପୋଲ ଟିଏ ନଥିବାରୁ ଅନେକ ହଇରାଣ ହୁଅନ୍ତି ଅଂଚଳ ବାସୀ । ବ୍ଲକ ଠାରୁ ଗାଁ ର ଦୂରତା ମାତ୍ର ୩ କି,ମି ହେଲେ ରାସ୍ତା ନିର୍ମାଣା ହୋଇନଥିବାରୁ ଏମାନଙ୍କ ଦୁ:ଖ କହିଲେନସରେ ।ଆଉ ସବୁଠୁ ବଡକଥା ହେଲା ଏହି ଗାଁ ଦେଇ ଆଉ ୨ ଖଠ ଗାଁ ଦେରଗୁଡା,ନୂଆପଡା ରହିଛି ।Body:ଭିଓ-୨- ଗାଁ ଲୋକ ପିଡିଏସ ସାମଗ୍ରୀ ପାଇଁ ଥୁଆମୁଳ ରାମପୁର ପଂଚାୟତ ଉପରେ ନିର୍ଭର କରନ୍ତି । ଏମାନେ ସମସ୍ତେ କଳାହାଠି ଜିଲ୍ଲା ର ବାସିନ୍ଦା ସତ ହେଲେ ଜିଲ୍ଲା ର ସରକାରୀ ଯୋଜନା ସତେଜେମିତି ଏମାନକଂ ପାଇଁ ଅପହଂଚ ।କେବଳ ଭୋଟ ବେଳେ ହିଁ ନେତାଏଁ କୁଂ ମନେପଡେ ଏହି ଅନୁନ୍ନତ ଗାଁ । ଏ ନେଇ ବିଧାୟକ କଂ ଦ୍ରୁଷ୍ଟି ଆକର୍ଷଣ କରିବାରୁ ସେ ଗାଁ ର ବିକାଶ ପାଇଁ ଅନେକ ଯୋଜନା ହାତ କୁ ନିଆଯାଉଛି ଏବଂ ଏହି ରାସ୍ତା ର ନିର୍ମାଣ ଦିଗ ରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ।Conclusion:ବାଇଟ-ହେମଲତା ମାଝୀ (ପୋଇଗୁଡା ବାସିନ୍ଦା)
ବାଇଟ-ଲୋକନାଥ ବିଶି (ଛାତ୍ର)
ବାଇଟ-ପ୍ରଦୀପ ଦିଶାରୀ (ବିଧାୟକ-ଲାଞ୍ଜିଗଡ)
ଏଫଭିଓ-ପିଟୁସି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.