ETV Bharat / state

ମଣ୍ଡି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

author img

By ETV Bharat Odisha Team

Published : Dec 28, 2023, 10:38 PM IST

BJP slams State Government : ଧାନ ଉତ୍ପାଦନରେ ଆଗୁଆ କଳାହାଣ୍ଡିରେ ମଣ୍ଡି ସମସ୍ୟା । ଚାଷୀ ମାନଙ୍କ ସମସ୍ୟା ନେଇ ବିଜେପିର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

କଳାହାଣ୍ଡି : କଳାହାଣ୍ଡିରେ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । କଳାହାଣ୍ଡି ଜିଲ୍ଲା ଧାନ ଉତ୍ପାଦନରେ ସାରା ରାଜ୍ୟ ରେ ଦ୍ବିତୀୟ । ଚଳିତ ବର୍ଷ ପାଣିପାଗ ଭଲ ହେବା କାରଣ ରୁ ଚାଷ କାମ ମଧ୍ୟ ଭଲ ହୋଇଥିବା ବେଳେ ଅମଳ ଧାନକୁ ନେଇ ଚାଷୀ ଉତ୍ସାହିତ ଥିବା ବେଳେ ମଣ୍ଡି ସମସ୍ୟା ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ଧାନ କ୍ରୟ ପାଇଁ ପ୍ରଶାସନ ମଣ୍ଡି ବ୍ୟବସ୍ଥା କରିଥିବାବେଳେ ତାହା ଏ ଯାଏଁ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରି ନାହିଁ । ଜିଲ୍ଲାର ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳରେ ଧାନ ଅମଳ ଶେଷ ପର୍ଯ୍ୟାୟରେ । ବିଶେଷକରି ଜୟପାଟଣା, ଧର୍ମଗଡ, ଜୁନାଗଡ ଓ ଭବାନୀପାଟଣା ବ୍ଲକରେ ଚାଷୀ ଧାନ ଅମଳ କରି ଖଳାରେ ରଖିଛି ।

ମୋଟ ଚାଷର ପ୍ରାୟ ୮୦ ଭାଗ ଅମଳ ହୋଇସାରିଥିଲେ ହେଁ ଜିଲ୍ଲାରେ ସରକାରୀ ଦରରେ ଧାନ ସଂଗ୍ରହ ଠିକ୍ ଭାବରେ ହୋଇ ପାରି ନାହିଁ । ଜିଲ୍ଲାରେ ପ୍ରାୟ ୨୦୦ ଟି ଧାନ ମଣ୍ଡି ମାଧ୍ୟମରେ ଧାନ କ୍ରୟକୁ ତ୍ଵରାନିତ କରିଛି ଜିଲ୍ଲା ଯୋଗାଣ ବିଭାଗ । ହେଲେ ବିଭିନ୍ନ ମଣ୍ଡି ମାନଙ୍କରେ ଚାଷୀଙ୍କ ଧାନ ଦିନ ଦିନ ଧରି ପଡ଼ି ରହୁଥିବା ବେଳେ ଏହାକୁ ନେଇ ଏବେ ରାଜନୈତିକ ମାହୋଲ୍ ମଧ୍ୟ ସରଗରମ ହେବାରେ ଲାଗିଛି । ଗୋଟିଏ ପଟେ କଂଗ୍ରେସ ମଣ୍ଡି କୁ ଚାଲ ଅଭିଯାନ ଆରମ୍ଭ କରି ସରକାର କୁ ଘେରିବାକୁ ଲାଗିଥିବା ବେଳେ ମଣ୍ଡି କୁ ନେଇ ବିଜେପି ମଧ୍ୟ ରାଜ ରାସ୍ତାକୁ ଓହ୍ଲାଇଛି । ଆଜି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାର ଙ୍କ ଉପରେ ବର୍ଷିଛି ଦଳ ।

ଏହା ମଧ୍ୟ ପଢନ୍ତୁ ... କଳାହାଣ୍ଡିରେ କଂଗ୍ରେସର ମଣ୍ଡି ଚାଲ ଅଭିଯାନ

ଜିଲ୍ଲାର ମଣ୍ଡି ମାନଙ୍କରେ କଟନୀ ଛଟନି ଯୋଗୁଁ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମିଲର୍ସ ଓ ଯୋଗାଣ ବିଭାଗର ମଧୁ ଚନ୍ଦ୍ରିକା ଯୋଗୁଁ ଚାଷୀ ଶୋଷଣ ର ଶିକାର ହେଉଥିବା ଅଭିଯୋଗ କରିଛି ବିଜେପି । ସେପଟେ ଆରଏମସି ର ଅବହେଳା ଯୋଗୁଁ ମଣ୍ଡି ମାନଙ୍କରେ ଧାନ ରଖିବା ଓ ଚାଷୀଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନଥିବା କାରଣ ରୁ ଶୀତ କାକରରେ ଖୋଲା ଆକାଶ ତଳେ ପଡି ରହିଛି କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ । ଫଳରେ ବିଜେପି ଆଗାମୀ ଦିନରେ ଏହି ସମସ୍ତ କୃଷି ସମସ୍ୟାର ସମାଧାନ ନ ହେଲେ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଜିଲ୍ଲା ସଭାପତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.