ETV Bharat / state

ଧାନ ମଣ୍ଡିରେ ଅବ୍ୟବସ୍ଥା, ବିଜେପିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

author img

By

Published : Jan 30, 2021, 7:38 AM IST

ମଣ୍ଡିରେ ପଡି ରହିଛି ଶହ ଶହ ବସ୍ତା ଧାନ । ମଣ୍ଡିରୁ ଧାନ ନ ଉଠିବା ତଥା ମଣ୍ଡିରେ ଅବ୍ୟବସ୍ଥାକୁ ବିରୋଧ କରି କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଅଧିକ ପଢନ୍ତୁ...

ଧାନ ମଣ୍ଡିରେ ଅବ୍ୟବସ୍ଥା, ବିଜେପିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଧାନ ମଣ୍ଡିରେ ଅବ୍ୟବସ୍ଥା, ବିଜେପିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଭବାନୀପାଟଣା: ଖୋଲା ଆକାଶ ତଳେ ପଡି ରହିଛି ଚାଷୀର କଷ୍ଟ ଉପାର୍ଜିତ ଧାନ । ମଣ୍ଡିରେ ପଡି ରହିଛି ଶହ ଶହ ବସ୍ତା ଧାନ । ମଣ୍ଡିରୁ ଧାନ ନ ଉଠିବା ତଥା ମଣ୍ଡିରେ ଅବ୍ୟବସ୍ଥାକୁ ବିରୋଧ କରି କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଓ ଚାଷୀ ନେତା ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରୁ ଏକ ଶୋଭାଯାତ୍ରାରେ ବାହାରି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।

ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ସାମିଲ ହୋଇଥିଲେ। ବିଜେପି କାର୍ଯ୍ୟକର୍ତ୍ତା ସରକାର ବିରୋଧୀ ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଆନ୍ଦୋଳନକାରୀ ମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ତେବେ ପ୍ରମୁଖ ଦାବି ମଧ୍ୟରେ ରହିଛି ମଣ୍ଡିରେ ପଡି ରହିଥିବା ଧାନକୁ ତୁରନ୍ତ ଉଠାଇବା ବ୍ୟବସ୍ଥା କରିବା, ଅଚଳ ହୋଇଯାଇଥିବା ଚାଷୀଙ୍କ ଟୋକନ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଓ ଧାନ ବିକ୍ରି ପାଇଁ ଅନୁମତି ପ୍ରଦାନ କରିବା, ଅନ୍ୟାୟ ଭାବରେ କରାଯାଉଥିବା କଟନୀଛଟନୀକୁ ବନ୍ଦ କରିବା, ଚାଷୀଙ୍କୁ ପରିବହନ ଖର୍ଚ୍ଚ ପ୍ରଦାନ କରିବା, ମଣ୍ଡିରେ ଉପଯୁକ୍ତ ଭିତ୍ତିଭୂମିର ବିକାଶ କରିବା । ଏହି ଦାବି ଗୁଡିକ ପୂରଣ ନ ହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.