ETV Bharat / state

ମାହାଙ୍ଗା ହତ୍ୟାକାଣ୍ଡ: କଳାହାଣ୍ଡି ଜିଲ୍ଲା ବିଜେପିର ବିକ୍ଷୋଭ

author img

By

Published : Jan 6, 2021, 9:13 AM IST

ମାହାଙ୍ଗା ହତ୍ୟାକାଣ୍ଡକୁ ନେଇ କଳାହାଣ୍ଡି ଜିଲ୍ଲାରେ ବିଜେପିର ବିକ୍ଷୋଭ ପ୍ରର୍ଦଶନ । ଅଧିକ ପଢନ୍ତୁ...

କଳାହାଣ୍ଡି ଜିଲ୍ଲାରେ ବିଜେପିର ବିକ୍ଷୋଭ
କଳାହାଣ୍ଡି ଜିଲ୍ଲାରେ ବିଜେପିର ବିକ୍ଷୋଭ

ଭବାନୀପାଟଣା: ମାହାଙ୍ଗାରେ ଦୁଇଜଣ ବିଜେପି ନେତାଙ୍କୁ ନିର୍ମମ ଭାବରେ ହତ୍ୟା ଘଟଣାରେ କଳାହାଣ୍ଡି ଜିଲ୍ଲା ବିଜେପି ବିକ୍ଷୋଭ ପ୍ରର୍ଦଶନ କରିଛି । ଦୋଷୀଙ୍କୁ ଗିରଫ ଦାବି ସହିତ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ନେଇ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିବା ସହିତ ଭବାନୀପାଟଣା ଟାଉନ ଥାନା ଘେରାଉ କରିଛି ଜିଲ୍ଲା ବିଜେପି ।

କଳାହାଣ୍ଡି ଜିଲ୍ଲାରେ ବିଜେପିର ବିକ୍ଷୋଭ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲାକୁ ନେଇ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କୁଳମଣି ବରାଳ ପର୍ଦ୍ଦାଫାଶ କରିବା ଯୋଗୁଁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥକମାନେ ତାଙ୍କୁ ହତ୍ୟା କରିଥିବା ନେଇ ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ କଳାହାଣ୍ଡି ବିଜେପି ପକ୍ଷରୁ ଦୋଷୀଙ୍କୁ ଗିରଫ କରିବା କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲ୍ଲା ବିଜେପି ।

ଏହା ସହ ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ଅଭିଯୋଗ କରିବା ସହିତ ତାଙ୍କ ବହିଷ୍କାର ଦାବି କରି କୁଶପୁତଳିକା ଦାହ କରିଛି ବିଜେପି । ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ବିଜେପି କର୍ମକର୍ତ୍ତାମାନେ ଜିଲ୍ଲା ଅଫିସରରୁ ବାହାରି ଭବାନୀପାଟଣା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ 8ତାରିଖରେ କଟକ ଡିଜି ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଛି ଜିଲ୍ଲା ବିଜେପି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.