ETV Bharat / state

କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଧୂଆଁବାଣ: ଜୟନାରାୟଣ ମିଶ୍ର - ନବୀନଙ୍କ କଳାହାଣ୍ଡି ଗ୍ରସ୍ତ ଧୂଆଁବାଣ

କଳାହାଣ୍ଡିରେ ମୁୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାଶକୁ ବିଜେପି ବିଧାୟକଙ୍କ କଟାକ୍ଷ । ବାସ୍ତବତା ପରଖିନାହାନ୍ତି ମୁଖ୍ୟମନ୍ତ୍ରୀ, ଲୋକଙ୍କୁ ଠକୁଛନ୍ତି ସେ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର। ଅଧିକ ପଢନ୍ତୁ...

କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଧୂଆଁବାଣ: ଜୟନାରାୟଣ ମିଶ୍ର
କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଧୂଆଁବାଣ, ବାସ୍ତବତା ପରଖିନାହାନ୍ତି ସେ: ଜୟନାରାୟଣ
author img

By

Published : Jan 14, 2021, 7:29 PM IST

Updated : Jan 14, 2021, 8:36 PM IST

ଭୁବନେଶ୍ବର: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡିରେ ମୁୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସକୁ ବିଜେପି ବିଧାୟକ କଟାକ୍ଷ କରିଛନ୍ତି । ଏହା ଏକ ରାଜନୈତିକ ଚାଲ୍, ଲୋକଙ୍କ ଅର୍ଥରେ ଏକ ହରିଲୁଟ୍ ବୋଲି ସେ କହିଛନ୍ତି ।

କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଧୂଆଁବାଣ: ଜୟନାରାୟଣ ମିଶ୍ର

ସୂଚନା ଅନୁଯାୟୀ ଆଜି(ଗୁରୁବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିରେ ୨ ହଜାର ୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଯାହାକୁ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସମାଲୋଚନା କରି କହିଛନ୍ତି ଯେ, 'ଯେଉଁ ପ୍ରକଳ୍ପ ଉଦଘାଟିତ ହୋଇଛି ତାହା କେନ୍ଦ୍ରର, ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି ଏସବୁ ରାଜନୈତିକ ଚାଲ । ଲୋକଙ୍କ ଅର୍ଥରେ ହେଉଛି ହରିଲୁଟ । ଗତ କିଛିବର୍ଷ ଧରି ସରକାର ଏହି ଅଞ୍ଚଳର ଉନ୍ନତି ପାଇଁ ଗୁରୁତ୍ୱ ଦେଇନାହାନ୍ତି । କିନ୍ତୁ ଭାଷଣରେ ଅନେକ କଥା କହୁଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଥରେ ହେଲେ ବାସ୍ତବତା ପରଖି ନାହାନ୍ତି । ସେଠାରେ ଚାଷୀମାନେ ଉଚିତ ନ୍ୟାୟ ପାଉନାହାଁନ୍ତି ।'

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ଏକ ରାଜନୈତିକ ଧୂଆଁ ବାଣ, ଏଭଳି ଧୂଆଁ ବାଣର ଉଦାହରଣ ହେଲା କାଳିଆ ଯୋଜନା ବୋଲି ଜୟନାରାୟଣ କହିଛନ୍ତି । ଏଭଳି ଅନେକ ଯୋଜନା କରି ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଭୁଲି ଯିବାର ନଜିର ରହିଛି । ଏହା ବାସ୍ତବରେ ଲୋକଙ୍କୁ ଠକିବା ଉଦ୍ୟମ । କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ହରିଲୁଟ କରୁଛନ୍ତି ଏଠାକାର ସରକାର । ବିରୋଧ କଲେ ଆସୁଛି ରାଜନୈତିକ ଆକ୍ରୋଶ । କଳାହାଣ୍ଡିର ବାସ୍ତବତା ସେଠାରେ ଥିବା ଲୋକେ ଜାଣନ୍ତି । ଲୋକଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ଠକୁଛନ୍ତି ଉତ୍ତର ରଖନ୍ତୁ ବୋଲି ବିଧାୟକ ଜୟନାରାଣ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jan 14, 2021, 8:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.